ETV Bharat / state

ମ୍ୟାଟ୍ରିକ ପରୀକ୍ଷା ଚାପରେ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃ୍ତ୍ୟୁ

author img

By

Published : Mar 20, 2023, 12:54 PM IST

student suicide for exam stress
student suicide for exam stress

ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମରେ ମ୍ୟାଟ୍ରିକ ପରୀକ୍ଷା ଚାପରେ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃ୍ତ୍ୟୁ

ଯାଜପୁର: ମ୍ୟାଟ୍ରିକ ପରୀକ୍ଷା ଚାପରେ ଜଣେ ଏଠାରେ ଜଣେ ଛାତ୍ରୀ ଚରମ ନିଷ୍ପତ୍ତି ନେଇଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମରେ। ମୃତକ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମୀବାଳା ପାହିଲ ବୋଲି ଜଣାପଡିଛି।

ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ। ଶେଷ ଦୁଇଟି ପରୀକ୍ଷାରେ ତାଙ୍କର ଭଲ ହୋଇ ନ ଥିବାରୁ ସେ ଚାପରେ ରହୁଥିବା ତାଙ୍କ ପରିବାର ବର୍ଗ ପ୍ରକାଶ କରିଛନ୍ତି। ଗତକାଲି ରାତିରେ ସେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଖବର ପାଇ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

ସେପଟେ ରଶ୍ମୀବାଳାଙ୍କ ମୃତ୍ୟୁକୁ ନେଇ ପରିବାରଠାରୁ ଆରମ୍ଭ କରି ସ୍କୁଲର ଛାତ୍ର ଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l ପ୍ରକାଶ ଯୋଗ୍ୟ ସବୁ ଦିନ ପରି ଗତକାଲି ରଶ୍ମୀବାଳା ଓ ତାଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ l ତେବେ ପରିବାର ଲୋକେ ଶୋଇପଡିବା ପରେ ରଶ୍ମୀବାଳା ସୁଯୋଗକୁ ଅପେକ୍ଷା କରିଥିଲେ ବୋଲି ପୋଲିସ ଅନୁମାନ କରୁଛି l ତେବେ ପରିବାର ଲୋକେ ଶୋଇବା ପରେ ଏଭଳି କାଣ୍ଡ ଘଟାଇଥିବା ନେଇ ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Japan PM India visit: ଭାରତରେ ଫୁମିଓ କିସିଦା, ଦ୍ବିପାକ୍ଷିକ ଆଲୋଚନା କରିବେ ଦୁଇ ଦେଶ ନେତା

ପ୍ରକାଶ ଥାଉକି, ଆଜି ଶେଷ ଦିନରେ ମ୍ୟାଟ୍ରିକ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଛନ୍ତି । ସକାଳ 8ଟାରୁ ପରୀକ୍ଷା ଆରମ୍ଭ ହୋଇ 10ଟାରେ ଶେଷ ହୋଇଥିଲା । ତେବେ ଗତ ମାର୍ଚ୍ଚ 10 ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଇଥିଲେ। ରାଜ୍ୟରେ ମୋଟ ୫ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ୩ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେଇଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେଇଥିବା ବେଳେ ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିଥିଲା। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିଥିଲା । ଏହି ପରୀକ୍ଷା ମାର୍ଚ୍ଚ ୨୦ତାରିଖ ଅର୍ଥାତ ଆଜି ଶେଷ ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.