୫ ବର୍ଷ ପରେ ମିଳିଲା ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

author img

By

Published : Nov 29, 2022, 7:09 AM IST

Japur Fast track court convicted two accused in minor rape case

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ 2 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ପାଷ୍ଟଟ୍ରାକ୍‌ କୋର୍ଟ । ଦୋଷୀଙ୍କୁ 10 ବର୍ଷ କାରାଦଣ୍ଡ ସହ ଯଥାକ୍ରମେ ୫୦ ହଜାର ଓ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ଯାଜପୁର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ 2 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ୍‌ କୋର୍ଟ । ଦୋଷୀଙ୍କୁ 10 ବର୍ଷ କାରାଦଣ୍ଡ ସହ ଯଥାକ୍ରମେ ୫୦ ହଜାର ଓ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ 2018 ମସିହା ଅକ୍ଟୋବର ମାସ 29 ତାରିଖରେ ପାଣିକୋଇଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିଲେ ଦୁଇଜଣ ।

୫ ବର୍ଷ ପରେ ମିଳିଲା ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

ଏହାକୁ ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ସ୍ଥାନୀୟ ଅଞ୍ଚଳର ଶିବ ଜେନା ଏବଂ ମାନସ ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୁଇଙ୍କ ଉପର ମକଦ୍ଦମା ଆରମ୍ଭ ହୋଇଥିଲା । ଏହି ମାମଲାରେ 18 ଜଣ ସାକ୍ଷୀଙ୍କ ବୟାନ ଶୁଣିଥିଲେ କୋର୍ଟ ।

ଶେଷରେ ସୋମବାର ମାମଲା ରାୟ ଦେଇ ଶିବ ଜେନାକୁ 10 ବର୍ଷ କାରାଦଣ୍ଡାଦେଶ ଓ 50 ହଜାର ଟଙ୍କା ଜୋରିମାନା କରାଯାଇଛି । ସେହିଭଳି ମାନସ ଜେନାକୁ 10 ବର୍ଷ କାରାଦଣ୍ଡାଦେଶ ସହିତ 30 ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଫାଷ୍ଟଟ୍ରାକ୍‌ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.