Jajpur Train Mishap: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

author img

By

Published : Nov 21, 2022, 4:35 PM IST

Jajpur Train Mishap minister priti ranjan ghadei review the situation

କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ନେଇ ସ୍ଥିତି ଅନୁଧ୍ୟାନ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଅଧିକ ପଢ଼ନ୍ତୁ

ଯାଜପୁର: କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା । ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାର ଉପରେ ଟ୍ରେନ ଚଢ଼ିଯିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା ନେଇ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଶୋକ ପ୍ରକାଶ କରି କହିଛନ୍ତି, "ଏହା ଦୁଃଖ ଦାୟକ ଘଟଣା । ଏଥିରେ ଅନେକ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରାକ୍‌ ସଜାଡିବା ଲାଗି ଦ୍ରୁତ ଗତିରେ କାମ ଚାଲିଛି ।"

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ସରକାର ମୃତକଙ୍କ ପାଇଁ ୨ଲକ୍ଷ ରାଶି ଘୋଷଣା କରିଥିବାବେଳେ, କେନ୍ଦ୍ର ରେଳ ମନ୍ତ୍ରୀ ୫ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରମାନଙ୍କ ପାଇଁ ୧ ଲକ୍ଷ, ସାମାନ୍ୟ ଆହତଙ୍କ ପାଇଁ ୨୫ହଜାର ଟଙ୍କା ଘୋଷଣା କରିଛନ୍ତି l ଅନ୍ୟପଟେ ଯାଞ୍ଚ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ରେଳ ବିଭାଗର ଜିଏମ କହିଛନ୍ତି ।

ସୂଚନା ଥାଉକି, ଆଜି ସକାଳୁ ଭଦ୍ରକରୁ କଟକ ଆସୁଥିବା ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାର ଉପରେ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ତିନି ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.