ETV Bharat / state

ଲୋକଙ୍କ କାମରେ ଆସୁନି ଇଶିରା ପଖୋରୀ, 8 ଖଣ୍ଡ ଗାଁ ଲୋକ ଥିଲେ ନିର୍ଭରଶୀଳ

author img

By

Published : Apr 5, 2023, 8:30 PM IST

ଖରାର ଦାଉରେ ସନ୍ତୁଳି ହେଲେଣୀ ଜୀବଜଗତ। ଏବେ ଠାରୁ ଦେଖାଦେଲେଣି ପାନୀୟ ଜଳର ସମସ୍ୟା। ଏପରି ସ୍ଥିତିରେ ଅଳତ୍ରୀ ଗାଁର ଇଶିରା ପୋଖରୀର କୁଢା କୁଢା ଅଳିଆରେ ପୋତି ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ। ଅଧିକ ପଢ଼ନ୍ତୁ

ଖରାର ଦାଉରେ ସନ୍ତୁଳି ହେଲେଣୀ ଜୀବଜଗତ
ଖରାର ଦାଉରେ ସନ୍ତୁଳି ହେଲେଣୀ ଜୀବଜଗତ

କୁଢା କୁଢା ଅଳିଆରେ ପୋତି ହୋଇଗଲେଣି ଈଶିରା, ପୁନଃରୁଦ୍ଧାର ଦାବି କଲେ ଗ୍ରାମବସୀ

ଯାଜପୁର: ଅସହ୍ୟ ହେଲାଣି ଖରା । ଏବେ ଠାରୁ ଗାଁ ଗଣ୍ଡାରେ ଜଳ କଷ୍ଟ ଦେଖିବାକୁ ମିଳିଲାଣି । ଖରା ପ୍ରଭାବରେ ନଦୀ ନାଳ ଶୁଖିଯାଏ । ଟୋପାଏ ପାଣି ପାଇଁ ହନ୍ତସନ୍ତ ହୁଅନ୍ତି ଜୀବଜଗତ । ତେବେ ଖରାଦିନ ଆରମ୍ଭରୁ କୋରାଇ ବ୍ଲକ ପାଣିକୋଇଲି ପଞ୍ଚାୟତର ୧୬ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଅଳତ୍ରୀ ଗ୍ରାମରେ ଜଳ ସମସ୍ୟା ଦେଖିବକୁ ମିଳିଛି । କାହିଁ କେଉଁ କାଳରୁ ଗ୍ରାମବାସୀଙ୍କୁ ଜଳ ଯୋଗାଉଥିବା ଗାଁର ମୁଖ୍ୟ ପୋଖରୀ ଏବେ ପୋତି ହୋଇ ପଡିଛି ।

ମୁଖ୍ୟ ପୋଖରୀର ଅବସ୍ଥା: ଗାଁରେ ଥିବା ପଖୋରୀର ପୁନଃରୁଦ୍ଧାର ପାଇଁ ଏବେ ମନରେଗାରେ ନିର୍ମାଣ ହେଉଛି ଆଦର୍ଶ ପଖୋରୀ । ହେଲେ ବାସ୍ତବରେ ଏହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇ ପାରୁନି । ଯାଜପୁର ଜିଲ୍ଲା ପାଣିକୋଇଲି ପଞ୍ଚାୟତର ଅଳତ୍ରୀ ଗାଁର ଇଶିରା ପୋଖରୀକୁ ଏହା ସତ ମନହୁଏ । ଦିନେ ଏହି ଗାଁ ପୋଖରୀ ଲୋକମାନଙ୍କ ପାଇଁ ଥିଲା ପାଣି ବ୍ୟବହାର ମୁଖ୍ୟ ସ୍ଥଳି । ଯାହାର ପରିଚାଳନା ଦାୟିତ୍ଵ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହାତରେ ରହିଛି । ପ୍ରତିବର୍ଷ ଏହି ପୋଖରୀକୁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆଯାଇ ମାଛଚାଷ କରାଯାଏ । ସେଥିରୁ ମିଳୁଥିବା ଟଙ୍କା ଗ୍ରାମ ଦେବତୀଙ୍କ ପୂଜାରେ ଖର୍ଚ୍ଚ କରାଯାଏ । ହେଲେ ପୋଖରୀ ଏବେ ଆବର୍ଜନାର କୁଣ୍ଡ ପାଲଟିଛି। ଖରା ଦିନ ଆସିଲେ 8ଖଣ୍ତ ଗାଁର ଲୋକଙ୍କ ଶୋଷ ନିବାରଣ କରୁଥିଲା ଏହି ପୋଖରୀ । କିନ୍ତୁ ଏବେ ସେଇ ଚିର ସବୁଜା ପୋଖରୀ ଅଳିଆ ଆବର୍ଜନାର କୁଣ୍ଡ ପାଲଟିଛି ।

ଗ୍ରାମବାସୀଙ୍କ ଅଭିଯୋଗ: ଗ୍ରାମବାସୀଙ୍କ ଆଭିଯୋଗ କରିଛନ୍ତି,‘‘ଏହି ପୋଖରୀ ଟି ଜାତୀୟ ରାଜପଥ କଡ଼ରେ ଥିବାରୁ ମାଛ ଓ କୁକୁଡ଼ା ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ଏହି ପୋଖରୀକୁ କବ୍ଜା କରି ସେଥିରେ ଅଳିଆ ଆବର୍ଜ୍ଜନା ଓ ବର୍ଜ୍ୟବସ୍ତୁ ପକାଉଛନ୍ତି । ଖାଲି ଏତିକି ନୁହେଁ ପୋଖରୀ ନିକଟରେ ଥିବା ଏକ ଶୌଚାଳୟ ସିଧାସଳଖ ପୋଖରୀକୁ ତାର ଆବର୍ଜନା ଛାଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଖରାଦିନେ ଆସିବା ପୂର୍ବରୁ ତୁରନ୍ତ ଏହି ପୋଖରୀକୁ ପୁନରୁଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଦାବି ପୂରଣ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ।’’

ଇଶିରାକୁ ନେଇ କ’ଣ କହିଛନ୍ତି ସରକାରୀ ଅଧିକାରୀ: କୋରାଇ ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି, ‘‘ଅନେକ ଦିନ ହେଲାଣି ପଖୋରୀଟି ଅବ୍ୟବହୃତ ହୋଇ ପଡ଼ି ରହିଛି । ଏହା ଖରା ଦିନେ ପାଣିର ମୁଖ୍ଯ ଉତ୍ସ। ପୋଖରୀର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରିବୁ । ଏହାପରେ ଏକ ରିପୋର୍ଟ କଲେକ୍ଟରଙ୍କ ନିକଟକୁ ପଠାଯିବା । କଲେକ୍ଟରଙ୍କ ମଞ୍ଜୁରୀ ପରେ ତୁରନ୍ତି ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ କରାଯିବ।’’

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.