କୋଭିଡ଼ କଟକଣାରେ ଯାଜପୁରରେ ଭସାଣି ଉତ୍ସବ ପାଳିତ

author img

By

Published : Oct 16, 2021, 6:24 PM IST

କୋଭିଡ଼ କଟକଣାରେ ଯାଜପୁରରେ ଭସାଣି ଉତ୍ସବ ପାଳିତ

ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା' ଦୁର୍ଗା । କୋଭିଡ଼ କଟକଣା ମଧ୍ୟରେ ଯାଜପୁର ଜିଲ୍ଲାରେ ମା'ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି(ଶନିବାର) ଜଗତଜନନୀ ମା' ଦୁର୍ଗାଙ୍କର ଭସାଣି ଉତ୍ସବ ପାଳିତ ହେଉଛି । ଚଳିତ ବର୍ଷ କୋରୋନା କଟକଣା ଭିତରେ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଶେଷ ହୋଇଥିବାବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳିତ ହେଉଛି ଭସାଣି ଉତ୍ସବ ।

କୋଭିଡ଼ କଟକଣାରେ ଯାଜପୁରରେ ଭସାଣି ଉତ୍ସବ ପାଳିତ

ବ୍ୟାସନଗରଠାରେ ଆଜି ବିଭିନ୍ନ ମଣ୍ଡପରୁ ମା'ଙ୍କ ମେଢ ବିନା ରୋଷଣୀ ଓ ଶୋଭାଯାତ୍ରାରେ ବିସର୍ଜନ ପାଇଁ ନଦୀ ନାଳକୁ ନିଆଯାଇଛି । ପ୍ରଶାସନ ଦ୍ବାରା ସ୍ଥିର ହୋଇଥିବା ନିର୍ଦ୍ଧାରିତ ସ୍ଥାନରେ ମେଢ ମାନଙ୍କୁ ବିସର୍ଜନ କରାଯାଇଛି । ସେହିପରି ବଡଚଣା, ପାଣିକୋଇଲି, ବିଂଝାରପୁର, ବରୀ ଓ ଯାଜପୁର ଆଦି ଅଞ୍ଚଳରେ ମା'ଙ୍କ ବିସର୍ଜନ କାର୍ଯ୍ୟ ସମାପନ ହୋଇଛି । ମା'ଙ୍କୁ ମେଲାଣି ସମୟରେ ଭକ୍ତମାନେ କୋଭିଡ଼ ମହାମାରୀକୁ ଦୂରୀଭୂତ କରିବା ପାଇଁ ଦୁର୍ଗତିନାଶିନୀ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଚଳିତ ବର୍ଷ ସଂକ୍ରମଣର ଭୟ ଯୋଗୁଁ ବିନା ଜାକଜକମରେ ମା'ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଭକ୍ତଙ୍କୁ ମଣ୍ଡପରେ ଭିଡ଼ ନ ଜମାଇବା ପାଇଁ ମନା କରାଯାଇଥିଲା । ବିନା ଭକ୍ତରେ ପରମ୍ପରା ଅନୁଯାୟୀ ମା'ଙ୍କୁ ପୂଜା କରାଯାଇଥିଲା । ସେହିପରି ଭସାଣି ଉତ୍ସବକୁ ମଧ୍ୟ କଟକଣା ମଧ୍ୟରେ ଶେଷ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.