ETV Bharat / state

ଯାଜପୁରରେ ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

author img

By

Published : Oct 26, 2021, 9:57 PM IST

ଯାଜପୁରରେ ବିଜେଡିର ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ
ଯାଜପୁରରେ ବିଜେଡିର ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଯାଜପୁରରେ ବିଜେଡିର ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟକୁ ଦେଲେ ଶ୍ରେୟ । ଅଧିକ ପଢନ୍ତୁ...

ଯାଜପୁର: ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଞ୍ଚାୟତରେ କଂଗ୍ରେସ ଓ ବିଜେପି ଦଳର ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ସମାବେଶରେ ଏହି କର୍ମୀମାନେ ସାମିଲ ହୋଇଥିବାବେଳେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ସ୍ବାଗତ କରିଥିଲେ ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟରେ ଆକର୍ଷିତ ହୋଇ ବିରୋଧୀ କଂଗ୍ରେସ ଓ ବିଜେପି ଦଳର କର୍ମୀ ଓ ନେତା ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି । ଏଭଳି ମିଶ୍ରଣ ଫଳରେ ବିଜୁ ଜନତା ଦଳ ଅଧିକରୁ ଅଧିକ ସଶକ୍ତ ହେବ ବୋଲି ଯାଜପୁର ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମତ ରଖିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ପଞ୍ଚାୟତ ପ୍ରଭାରୀ ଦେବାଶିଷ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.