ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା, ଜାତୀୟ ରାଜପଥରେ ଲିକ୍ ହେଲା ଗ୍ୟାସ

author img

By

Published : Sep 17, 2021, 9:04 PM IST

ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା, ଜାତୀୟ ରାଜପଥରେ ଲିକ୍ ହେଲା ଗ୍ୟାସ

ଯାଜପୁର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କର ସହ ବାଇକ ଧକ୍କା । ଦୁର୍ଘଟଣା ପରେ ରାଜପଥରେ ଲିକ୍ ହେଲା ଗ୍ୟାସ । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ କଡେଇ ଛକ ନିକଟରେ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଟ୍ୟାଙ୍କର ସହ ଧକ୍କା ହେଲା ବାଇକ । ଦୁର୍ଘଟଣା ପରେ ଜାତୀୟ ରାଜପଥ ଉପରେ ଟ୍ୟାଙ୍କରରୁ ଲିକ୍ ହେଲା ଗ୍ୟାସ । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ନିୟନ୍ତ୍ରଣ କରିଛନ୍ତି । ସେପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ବାଇକ ଆରୋହୀଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା, ଜାତୀୟ ରାଜପଥରେ ଲିକ୍ ହେଲା ଗ୍ୟାସ

ସୂଚନାଯୋଗ୍ୟ, ଶୁକ୍ରବାର ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କରଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏହି ସମୟରେ କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଥିଲା ଟ୍ୟାଙ୍କର । ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡିର ଟାୟାର ଫାଟି ଯାଇଥିଲା । ଏହାପରେ ଗାଡିରୁ ଗ୍ୟାସ ଲିକ୍ ହେବାର ଲାଗିଥିଲା । ଯାହାଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.