ETV Bharat / state

ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ 26 କୋଟିର ଅନୁଦାନ ଘୋଷଣା

author img

By ETV Bharat Odisha Team

Published : Dec 24, 2023, 8:22 PM IST

ରାଜୀବ ଗାନ୍ଧୀ ଷ୍ଟାଡିୟମ
ରାଜୀବ ଗାନ୍ଧୀ ଷ୍ଟାଡିୟମ

26 crore grant for Rajiv Gandhi Stadium: ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ 26 କୋଟି ଟଙ୍କାର ଅନୁଦାନ ଘୋଷଣା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କ୍ରୀଡ଼ାବିତ୍‌ । ଅଧିକ ପଢ଼ନ୍ତୁ

ରାଜୀବ ଗାନ୍ଧୀ ଷ୍ଟାଡିୟମ

ଯାଜପୁର: ଝୁମି ଉଠୁଛି ସାରା ସହର । କ୍ରୀଡ଼ାବିତ୍‌ଙ୍କ ଖୁସିର ଠିକଣା ନାହିଁ । ରାଜୀବ ଗାନ୍ଧୀ ଷ୍ଟାଡିୟମର ହେବ ବିକାଶ । ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ 26 କୋଟି ଟଙ୍କାର ଅନୁଦାନ ଘୋଷଣା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କ୍ରୀଡ଼ାବିତ l ଷ୍ଟାଡିୟମର ବିକାଶ ପାଇଁ ଧାରଣାରେ ବସିଥିଲେ କ୍ରୀଡ଼ାବିତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତ 21 ତାରିଖ ଦିନ ଦାବିପତ୍ର ମଧ୍ୟ ଦିଆଯାଇଥିଲା ।

ଯାଜପୁର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିଛନ୍ତି । ସେନେଇ ଚୋରଦା ବାଇପାସ ନିକଟରେ ଥିବା ସହରବାସୀଙ୍କୁ ଧନ୍ୟବାଦ ଦେଲେ କ୍ରୀଡ଼ାବିତ l ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଆଜକୁ ଦୁଇ ମାସ ହେବ ଆନ୍ତଃଜାତୀୟ କ୍ରୀଡ଼ାବିତ ବଜ୍ରବହୁ ସାମନ୍ତ କିଶ୍ବର ସାମଲଙ୍କ ନେତୃତ୍ୱରେ କ୍ରୀଡ଼ାବିତ ମାନେ ଷ୍ଟାଡିୟମ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଏହି ଧାରଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 26 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏହି ଖବର ପାଇବା ପରେ ଆଜି ଅପରାହ୍ନରେ କ୍ରୀଡ଼ାବିତ ମାନେ ବ୍ୟାସନଗର ସ୍ଥିତ ଚୋରଦା ବାଇପାସ ଛକ ନିକଟରେ ସହରବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଅନେକ କ୍ରୀଡ଼ାବିତ ସାମିଲ ହେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମସ୍ୟା ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ

ତେବେ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ରାଜୀବ ଗାନ୍ଧୀ ଷ୍ଟାଡିୟମ ସମ୍ମୁଖରୁ ଆନ୍ଦୋଳନରୁ ହଟିଲେ କ୍ରୀଡ଼ାବିତ । ରାଜୀବି ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଅନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସାମନ୍ତ କିଶ୍ବର ସାମଲ ଧାରଣାରେ ବସିଥିଲେ । ତେବେ ଏହି ଧାରଣା କିଛି ଫଳପ୍ରଦ ହୋଇନଥିଲା । ତେଣୁ କ୍ରୀଡ଼ାବିତମାନେ ମୁଖ୍ୟମନ୍ତ୍ରୀଙ୍କୁ ଗତ 21 ତାରିଖ ଦିନ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଇଥିଲେ । ତେବେ ତାଙ୍କ ପରିଶ୍ରମର ପ୍ରାପ୍ୟ ତାଙ୍କୁ ମିଳିଛି । ଏନେଇ ଗତକାଲି ଆନ୍ତଃଜାତୀୟ କ୍ରୀଡ଼ାବିତ ବଜ୍ରବହୁ ସାମନ୍ତ କିଶ୍ବର ସାମଲଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଲୋଚନା କରିଥିଲେ । ସେପଟେ ବିଧାୟକଙ୍କ ଆଲୋଚନା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆଜି ଧାରଣା କ୍ରୀଡ଼ାବିତମାନେ ଭାଙ୍ଗିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.