ETV Bharat / state

ମହିଳାଙ୍କୁ ଗଣଦୁଷ୍କର୍ମ ! ୨ ନାବାଳକ ସମେତ ୩ କୋର୍ଟ ଚାଲାଣ

author img

By

Published : Aug 9, 2021, 9:28 PM IST

ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୨ ନାବାଳକ ସମେତ ୩ କୋର୍ଟ ଚାଲାଣ
ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୨ ନାବାଳକ ସମେତ ୩ କୋର୍ଟ ଚାଲାଣ

ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଅଞ୍ଚଳରେ ଜନୈକ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲାର କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଅଞ୍ଚଳରେ ଜନୈକ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତ ୫ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ପୀଡିତା ଗତକାଲି (ରବିବାର) ସନ୍ଧ୍ୟାରେ ଥାନାର ଦ୍ବାରସ୍ଥ ହୋଇଥିଲା । ପରେ ପୋଲିସ କେସ ନମ୍ବର ୭୯/୨୧ ମାମଲା ରୁଜୁ କରିଥିଲେ ।

ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୨ ନାବାଳକ ସମେତ ୩ କୋର୍ଟ ଚାଲାଣ

ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥି ଓ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଗତକାଲି ପୋଲିସ ବିଭିନ୍ନ ଆଡେ ଚଢ଼ାଉ କରି ଗରାମିଆଁ ଗାଁର ମୁଖ୍ୟ ଅଭିଯୁକ୍ତ ରୁପା ପୂର୍ତ୍ତି ଓ ୨ ନାବାଳକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷ ମେଟ୍ରିକ ପାସ କରିଥିବା ଛାତ୍ର ଜଣାପଡିଛି । ତେବେ ଆଜି ତିନିଜଣ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମୁଦୁଲି ଫୋନ ଯୋଗେ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.