ETV Bharat / state

Minor Rape Case: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

author img

By

Published : Jul 22, 2023, 9:22 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ । ଦଣ୍ଡିତ କଲେ ଜଗତସିଂହପୁର ଜିଲ୍ଲା ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

ଜଗତସିଂହପୁର: ଜେଲ୍ ଗଲା ନାବାଳିକା ଦୁଷ୍କର୍ମକାରୀ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ପୋକ୍ସୋ କୋର୍ଟ । ୨୦ ବର୍ଷ ଜେଲ ସହିତ ୫୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି । ଆସାମୀ ଜଣକ ଗଞ୍ଜାମ ଜିଲ୍ଲାର ରବୀନ୍ଦ୍ର ସାହୁ । ନାବାଳିକା ଶୌଚ ହେବା ପାଇଁ ଯାଇଥିବା ବେଳେ ସେ ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲା । ଶୁକ୍ରବାର ଜିଲ୍ଲା ପୋକ୍ସୋ କୋର୍ଟରେ ମାମଲାର ରାୟ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଗଞ୍ଜାମ ଜିଲ୍ଲା ଗୋଲାବନ୍ଧ ଅଞ୍ଚଳର ରବୀନ୍ଦ୍ର ସାହୁ (୨୬) ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲା । ୩ରୁ ୪ ବର୍ଷ ରାଜମିସ୍ତ୍ରୀ ଭାବେ କରିବା ପରେ ସେହି ଗ୍ରାମର ଜଣେ ନାବାଳିକାକୁ ଏକତରଫା ଭଲ ପାଇବସିଥିଲା । ଥରେ ନାବାଳିକାଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିଲା ରବୀନ୍ଦ୍ର । ନାବାଳିକା ଜଣଙ୍କ ସେଠାରୁ ଚାଲିଆସି ଘରଲୋକଙ୍କ ଆଗରେ ଏକଥା ଜଣାଇଥିଲେ । ଏହାପରେ ପରିବାର ଲୋକେ ଏସବୁ ନ କରିବା ପାଇଁ ରବୀନ୍ଦ୍ରକୁ ତାଗିଦ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସୀମା ଡେଇଁଲା ପାଶବିକତା: 80 ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଗତ ୨୦୨୦ ମସିହା ଜାନୁଆରୀ ୩ ତାରିଖ ଦିନ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଶୌଚ ହେବା ପାଇଁ ଯିବା ସମୟରେ ଅଭିଯୁକ୍ତ ରବୀନ୍ଦ୍ର ତାଙ୍କୁ ଅପହରଣ କରି ନେଇଥିଲା । ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ଏନେଇ ନାବାଳିକାଙ୍କ ବାପା ୨୦୨୦ ମସିହା ଜାନୁଆରୀ ୬ ତାରିଖରେ ରଘୁନାଥପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ୧୫୯/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ରବୀନ୍ଦ୍ର ନାବାଳିକାଙ୍କୁ ଅପହରଣ କରିବା ପରେ ଏକ ଟାଟା ମ୍ୟାଜିକରେ ଭୁବନେଶ୍ବର ନେଇଯାଇଥିଲା । ସେଠାରେ ଡୁମଡୁମା ଅଞ୍ଚଳର ଏକ ଭଡାଘରେ ରଖିଥିଲା । ପୋଲିସକୁ ଚକମା ଦେବା ପାଇଁ ସେଠାରୁ ଆଇଗିଣିଆ ଅଞ୍ଚଳରେ ଯାଇ ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲା ।

ରଘୁନାଥପୁର ପୋଲିସ ଅଭିଯୁକ୍ତର ମୋବାଇଲ ଫୋନକୁ ଟ୍ରାପ କରି ଭୁବନେଶ୍ୱର ସ୍ଥିତ ଆଇଗିଣିଆରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନାବାଳିକାର ବୟସ ୧୫ ବର୍ଷ ହୋଇଥିବାରୁ ଜିଲ୍ଲା ପୋକ୍ସୋ ଆକ୍ଟ 363/366/376(3)ରେ ମାମଲା ରୁଜୁ ହୋଇଥିଲା । ଏହାର ବିଚାର କରି ପୋକ୍ସୋ କୋର୍ଟ ଅଭିଯୁକ୍ତ ରବୀନ୍ଦ୍ର ସାହୁଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୫୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପୀଡିତାଙ୍କୁ ଆଇନି ସେବା ପ୍ରାଧିକାରଣ ପକ୍ଷରୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.