ETV Bharat / state

ସୀମା ଡେଇଁଲା ପାଶବିକତା: 80 ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

author img

By

Published : Jul 19, 2023, 1:09 PM IST

Updated : Jul 20, 2023, 2:08 PM IST

ସୀମା ଟପିଲା ପାଶବିକତା । ସମ୍ବଲପୁରରେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ । ଧନୁପାଲି ଥାନାରେ ଏତଲା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ସମ୍ବଲପୁରରେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ
ସମ୍ବଲପୁରରେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ



ସମ୍ବଲପୁର: ଅମାନବୀୟ, ଘୃଣ୍ୟ, ବର୍ବର...ସଇତାନ ପାଲଟିଲା କାମାନ୍ଧ ମଣିଷ । ୮୦ ବର୍ଷୀୟା ବୃଦ୍ଧାକୁ ବି ଛାଡିଲାନି ଯୌନ ପିପାସୁ । କେହି ନଥିବାବେଳେ ଘରେ ପଶି ବୃଦ୍ଧାଙ୍କ ସହ ଦୁଷ୍କର୍ମ କଲା । ଏଭଳି ଏକ ଅମାନୁଷିକ, ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ । ଏଠାରେ ଜଣେ ୨୦ ବର୍ଷୀୟ ଯୁବକ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ବୃଦ୍ଧା ଗୁରୁତର ଅବସ୍ଥାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏନେଇ ଧନୁପାଲି ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି l ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ବୃଦ୍ଧାଙ୍କ ସହ ଦୁଷ୍କର୍ମ ନେଇ ଧନୁପାଲି ଥାନାରେ ଏତଲା ହୋଇଥିଲା । ମହିଳା ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତ କରୁଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରକୃତ ମାମଲା ଜଣାପଡିବ । ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି । ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଏହି ଘୃଣ୍ୟ କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ଅଭିଯୋଗ ଅନୁଯାୟୀ, କାଲି ଅପରାହ୍ନରେ ବୃଦ୍ଧା ନିଜ ଘରେ ଏକୁଟିଆ ଥିଲେ । ଏତିକି ବେଳେ ଜଣେ ୨୦ ବର୍ଷୀୟ ଯୁବକ ତାଙ୍କ ଘରେ ପଶି ବୃଦ୍ଧାଙ୍କୁ କିଛି ଖାଇବାକୁ ଦେଇଥିଲା । ଏହାପରେ କବାଟ ଭିତରୁ ପଟୁ ବନ୍ଦ କରି ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ଜଣେ ପାଖ ପଡୋଶୀ ବୃଦ୍ଧାଙ୍କ ଘରୁ ଯାଇ ତାଙ୍କ ଖାଇବା କଥା ପଚାରିଥିଲେ । ହେଲେ କବାଟ ବନ୍ଦ ଥିବାବେଳେ ବୃଦ୍ଧା ଭିତରୁ କୌଣସି ଉତ୍ତର ଦେଇନଥିଲେ । ତାଙ୍କର ସନ୍ଦେହ ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଧନୁପାଲି ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ସନ୍ଧ୍ୟାରେ ବୃଦ୍ଧାଙ୍କ ଘରକୁ ଯାଇ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଏହାପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ପୀଡିତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଅମାନୁଷିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରୁ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ଜଣେ ୮୦ ବର୍ଷୀୟ ବୃଦ୍ଧା ନିଜ ଝିଅକୁ ଘରକୁ ଚାଲି ଚାଲି ଯାଉଥିଲେ । ବାଟରେ ଜଣେ ଯୁବକ ତାଙ୍କୁ ବାଇକରେ ଛାଡି ଦେବ ବୋଲି କହି ସାଙ୍ଗରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ସେଠାରେ ବୃଦ୍ଧାଙ୍କ ସହ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲା । ଗତ ରଜ ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା ।


ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jul 20, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.