ETV Bharat / state

ଔଷଧ ଦୋକାନୀଙ୍କ ଭୁଲ ଇଞ୍ଜେକସନ ନେଲା ଜୀବନ !

author img

By

Published : Dec 28, 2020, 10:32 PM IST

ଔଷଧ ଦୋକାନୀର ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ଥାନାରେ ମାମଲା, ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

The wrong injection of a drugstore took life!
ଔଷଧ ଦୋକାନୀଙ୍କ ଭୁଲ ଇଞ୍ଜେକସନ ନେଲା ଜୀବନ !

ଜଗତସିଂହପୁର: ଔଷଧ ଦୋକାନୀର ଭୁଲ ଇଞ୍ଜେକସନ ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ପାରାଦୀପ ଗଡରେ ଜଳଖିଆ ଦୋକାନ କରିଥିବା କେନ୍ଦ୍ରାପଡ଼ା ମନକରପୁରର ରବିନ୍ଦ୍ର ସାହୁଙ୍କ ହାତ ଓ ଛାତିରେ ଯନ୍ତ୍ରଣା ହେବାରୁ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଏକ ଔଷଧ ଦୋକାନକୁ ଯାଇଥିଲେ । ଦୋକାନୀ ତାଙ୍କୁ ୨ଟି ଇଞ୍ଜେକସନ ଓ ୨ଟି ବଟିକା ଖାଇବାକୁ ଦେଇଥିଲେ। ସେଠାରୁ ଫେରିବା ବାଟରେ ରବିନ୍ଦ୍ର ହଠାତ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କି ହସ୍ପିଟାଲ ନିଆଯାଇଥିଲା ।

ଔଷଧ ଦୋକାନୀଙ୍କ ଭୁଲ ଇଞ୍ଜେକସନ ନେଲା ଜୀବନ !

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୋକାନୀ ଭୁଲ ଇଞ୍ଜେକସନ ଓ ବଟିକା ଦେବାରୁ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ପତ୍ନୀ ରୀନା ସାହୁ ଅଭିଯୋଗ କରିଛନ୍ତି । ଏନେଇ ଲକଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.