ETV Bharat / state

ଦେବୀନଦୀରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

author img

By

Published : Jul 4, 2023, 7:22 AM IST

unknown deadbody floating in devi river
unknown deadbody floating in devi river

ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଜଗତସିଂହପୁର: ଦେବୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମା ହୋଇଥିବାରୁ ମୃତଦେହ ଉଦ୍ଧାର ନ କରି ପୋଲିସ ଫେରି ଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ - ପୋଖରୀରେ ବୁଡି 2 ଶିଶୁ ମୃତ, ଗ୍ରାମରେ ଶୋକାକୁଳ ପରିବେଶ

ସୂଚନା ମୁତାବକ, ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଗତକାଲି ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ମୃତଦେହଟି ଦେଖିବା ପରେ ନାଉଗାଁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ମୃତଦେହଟି ଜଣେ ବୃଦ୍ଧଙ୍କର ହୋଇଥିବା ବେଳେ ତାଙ୍କର ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଶିଖର ଘାଟଠାରୁ ତିନି କିଲୋମିଟର ଦୂରରେ ମୃତଦେହ ଭାସୁଥିବା ବେଳେ ଏହା ଜଗତସିଂହପୁର ଜିଲ୍ଲାରେ ଅଧିନରେ ଯାଉ ନଥିବାରୁ ପାଣିରୁ ମୃତଦେହକୁ ଉଦ୍ଧାର କରିନ ଥିଲା ନାଉଗାଁ ପୋଲିସ ।

ଏହା ମଧ୍ୟ ପଢନ୍ତୁ - ସତୀଗୁଡା ଜଳଭଣ୍ଡାରରେ ଡଙ୍ଗାବୁଡ଼ି, ୩୮ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଲିସର କହିବା ମୁତାବକ ଶିଖରଘାଟ ନିକଟରେ ପ୍ରବାହିତ ହେଉଥିବା ଦେବୀନଦୀର ଦକ୍ଷିଣ ପାର୍ଶ୍ୱ ପୁରୀ ଜିଲ୍ଲା ର କାକଟପୁର ଥାନା ଅଧିନରେ ଆସୁଛି । ତେଣୁ କାକଟପୁର ପୋଲିସ ପାଣି ରୁ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ କାକଟପୁର ଥାନା ଅଧିକାରୀ କରିବେ ବୋଲି କହି ଘଟଣା ସ୍ଥଳରୁ ଫେରି ଯାଇଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକ କହିଛନ୍ତି ଯେ, ଗତ ରବିବାର ରାତିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଭାସିଆସି ସ୍ଥାନୀୟ ଅଲେଖ ମଠ ନିକଟରେ ଲାଗିଥିଲା । ମୃତ ବ୍ୟକ୍ତି କିଏ ଓ କିଭଳି ଭାବରେ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡି ନାହିଁ । ତେବେ ମୃତ ବ୍ୟକ୍ତିଙ୍କ ଦେହରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିବା ବେଳେ କିଏ ତାଙ୍କୁ ହତ୍ୟା କରି ପାଣିରେ ଫିଙ୍ଗିଛି କି ଗୋଡ଼ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ହୋଇଛି ତାହା ବି ସ୍ପଷ୍ଟ ହୋଇ ପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.