ETV Bharat / state

ସତୀଗୁଡା ଜଳଭଣ୍ଡାରରେ ଡଙ୍ଗାବୁଡ଼ି, ୩୮ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jun 3, 2023, 6:40 PM IST

ସତୀଗୁଡା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣାରେ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ । 38 ଘଣ୍ଟା ପରେ ମିଳିଲା ମୃତଦେହ । ଅଧିକ ପଢ଼ନ୍ତୁ

38 ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
38 ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

38 ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ମାଲକାନଗିରି: ସତୀଗୁଡା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା । 38 ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଦୁଇଜଣ ମତ୍ସଜୀବୀ ନିଖୋଜ ଥିଲେ । ଶୁକ୍ରବାର ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ଥିଲେ । ଶନିବାର ସକାଳେ ପୁଣି ଥରେ ମାଲକାନଗିରି ଅଗ୍ନିଶମ ବିଭାଗ ଅଧିକାରୀ କମଳ କୁମାର ଗୌଡ଼ଙ୍କ ନେତୃତ୍ୱରେ କର୍ମଚାରୀମାନେ ଜଳ ଭଣ୍ଡାରରେ ବୁଡ଼ି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ବହୁତ ଖୋଜାଖୋଜି କରିବା ପରେ ନିଖୋଜ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁଯାୟୀ, ଗତ ଗୁରୁବାର ଅପରାହ୍ନରେ ପ୍ରଳୟଙ୍କରୀ କାଳବୈଶାଖୀର ତାଣ୍ଡବରେ ସତୀଗୁଡ଼ା ଜଳଭଣ୍ଡାରରେ ଦୁଇଟି ହୁଲିଡଙ୍ଗାରେ ମାଛ ଧରୁଥିବା ବେଳେ ଡ଼ଙ୍ଗା ବୁଡି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ଭିମାରାଙ୍ଗିଣୀ ଗ୍ରାମର ତୁଳସା ମାଡ଼ି(୩୫) ଓ ଏମଭି୧୧୧ ଗ୍ରାମର ଗୋବିନ୍ଦ ସର୍ଦାର ଜଳଭଣ୍ଡାରରେ ନିଖୋଜ ହୋଇଥିଲେ । ସେ ଦୁଇ ନିଖୋଜଙ୍କୁ ଅଗ୍ନିଶମ ବାହିନୀ ଏବଂ ଓଡ୍ରପ ଟିମ୍ ଗୁରୁବାର ଠାରୁ ଜଳଭଣ୍ଡାରରେ ଖୋଜିବା ଆରମ୍ଭ କରିଦେଇଥିଲେ ।

ଶୁକ୍ରବାର ସକାଳୁ ପୁର୍ନବାର ଖୋଜା ଆରମ୍ଭ ହୋଇଥିଲା । ଶୁକ୍ରବାର ସକାଳେ ଭମାରଙ୍ଗିଣି ଗ୍ରାମର ନିଖୋଜ ମହିଳା ମତ୍ସ୍ୟଜୀବୀ ତୁଳସା ମାଡ଼ିଙ୍କ ମୃତଦେହ ଜଳଭଣ୍ଡାର ମଧ୍ୟରୁ ଉଦ୍ଧାର ହୋଇଥିଲା । ଅନ୍ୟଜଣେ ନିଖୋଜ ଏମଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦାରଙ୍କର କିଛି ପତ୍ତା ମିଳିନଥିଲା । ଆଜି ଭୋରରୁ ପୁଣିଥରେ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ସତୀଗୁଡା ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ଜୋରଦାର ଖୋଜାଖୋଜି କରିଥିଲେ । ସକାଳ ୬ଟାରେ ନିଖୋଜ ଗୋବିନ୍ଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା, ଜଣଙ୍କ ମୃତଦେହ ଉଦ୍ଧାର

ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ଅଶୋକ ପାଲ, ସିନ୍ଦ୍ରିମାଲ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପତ୍ର, ସିନ୍ଦ୍ରିମାଲ ପଞ୍ଚାୟତ ସରପଞ୍ଚ ଘାଷି ନାୟକ ସତୀଗୁଡା, ଏମଭି୧୧୧ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର ଗୋବିନ୍ଦଙ୍କ ମୃତଦେହକୁ ମାଲକାନଗିରି ଥାନା ପୋଲିସ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଛି । ଡ଼ଙ୍ଗା ବୁଡି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଯୋଗ୍ୟ ଯେ, ଗୋବିନ୍ଦ ବାପା ମାଆଙ୍କର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ ଭାଙ୍ଗିପଡିଛନ୍ତି । ଗୋବିନ୍ଦଙ୍କ ଛୋଟ ଛୋଟ ତିନୋଟି ପିଲା ଓ ସ୍ବୀ, ବୃଦ୍ଧ ପିତାମାତା ଅଛନ୍ତି । ଏବେ ସେମାନେ ବେସାହାରା ହୋଇପଡିଛନ୍ତି । ଏମଭି ୧୧୧ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.