ETV Bharat / state

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା, ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Jun 2, 2023, 4:46 PM IST

Updated : Jun 2, 2023, 5:23 PM IST

ମାଲକାନଗିରି ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଅଧିକ ପଢ଼ନ୍ତୁ

boat drowned in satiguda dam
ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା

ମାଲକାନଗିରି: ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଥିବାରୁ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ସେମାନଙ୍କ ମଧ୍ଯରୁ ଜଣଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ତୁଳସୀ ମାଡି । ଅନ୍ୟପଟେ ଗୋବିନ୍ଦ ସରଦାରଙ୍କୁ ଉଦ୍ଧାର ଲାଗି ଜୋରଦାର ଅପରେସନ ଜାରି ରଖିଛି ଓଡ୍ରାଫ ଟିମ ।

ସୂଚନା ଅନୁଯାୟୀ, ଗତ ଗୁରୁବାର କାଳବୈଶାଖୀ ପ୍ରଭାବରେ ଏୟାର ଷ୍ଟ୍ରିପ୍ ପାଚେରୀ କାନ୍ଥ ଭୁଶୁଡ଼ି ଦୁଇ ଶ୍ରମିକ ପ୍ରାଣ ହରାଇଛନ୍ତି । ଏଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୨ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ସେମାନେ ହେଲେ କାଲିମେଳା ବ୍ଳକ, ଗମ୍ପାକୁଣ୍ଡା ଗ୍ରାମର ତୁଳାରାମ ବରାଇ ଓ ମାଲକାନଗିରି ବ୍ଲକ, ତମସା ପଞ୍ଚାୟର MV3 ଗ୍ରାମର ମନୁ ହେମରମ୍ ।

କାଳବୈଶାଖୀ ଝଡ଼ ପବନରୁ ରକ୍ଷା ପାଇବାପାଇଁ ଏଆରଷ୍ଟ୍ରିପରେ କାମ କରୁଥିବା ଶ୍ରମିକ ମାନେ ପାଚେରୀ କାନ୍ଥ ନିକଟରେ ଆଶ୍ରୟ ନେଇଥିଲେ । ଠିକ୍ ଏହି ସମୟରେ ପାଚେରୀ କାନ୍ଥଟି ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା । ତେବେ ପାଚେରୀ କାମ ନିମ୍ନମାନର ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ଗତ ଗୁରୁବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଗଛପଡ଼ି ରାସ୍ତା ବନ୍ଦ ହୋଇଯାଇଛି । ସେହିପରି ବିଦ୍ୟୁତ ଖୁଣ୍ଟ ଉପୁଡି ଯିବାରୁ ବିଦ୍ୟୁତ ସରବରାହ ବାଧା ପ୍ରାପ୍ତ ହୋଇଛି । ଗତ ରାତି ଠାରୁ ଟାଟା TPSODLର କର୍ମଚାରୀମାନେ ବିଦ୍ୟୁତ ତାର ସଜାଡିବାରେ ଲାଗିଛନ୍ତି । ଯାହା ଫଳରେ ସକାଳେ ମାଲକାନଗିରି ସହରର DNK, ବ୍ଲକ କଲୋନୀ, ହସ୍ପିଟାଲ ଲାଇନ ଓ ବଜାର ଲାଇନରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିବାବେଳେ SDO କଲନୀ, PWD କଲୋନୀ, ବୁଟିଗୁଡା, କୁମୁଟିଗୁଡା, ୧୧୯ କଲୋନୀ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇନାହିଁ ।


ଏନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ କହିଛନ୍ତି, "କାଳବୈଶାଖୀ କ୍ଷୟକ୍ଷତିର ଆକଳନ କରିବା ପାଇଁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଁ ଏବଂ ତହସିଲଦାର ବିଭିନ୍ନ ଘଟଣାସ୍ଥଳ ବୁଲି ଦେଖିଛୁ । ଡଙ୍ଗାବୁଡି ମୃତ୍ଯୁବରଣ କରିଥିବା ଓ ଏଆରଷ୍ଟ୍ରିପ ପାଚେରୀ କାନ୍ଥ ତଳେ ଚାପି ହୋଇ ମୃତ୍ଯୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ (CMRF) ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।"

ଇଟିଭି ଭାରତ, ମାଲକାନଗିରି

Last Updated : Jun 2, 2023, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.