ଖେଳୁଥିଲେ ଖସି ଗଲେ, ତାଳଦଣ୍ଡା କେନାଲରେ ଦୁଇ ଶିଶୁଙ୍କ ସଲିଳ ସମାଧି

author img

By

Published : Oct 6, 2021, 1:27 PM IST

Updated : Oct 6, 2021, 2:23 PM IST

ତାଳଦଣ୍ଡା କେନାଲରେ ଖସି ପଡି ଦୁଇ ଶିଶୁଙ୍କ ମୃତ୍ୟୁ

ଖେଳୁଥିବା ସମୟରେ କେନାଲରେ ଖସି ପଡି ଦୁଇ ଶିଶୁଙ୍କ ମୃତ୍ୟୁ । ପାରାଦ୍ବୀପ ଅଠର ବାଙ୍କୀ ଥାନା ଅନ୍ତର୍ଗତ ଲକପଡା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

ଜଗତସିଂହପୁର: ପାରାଦ୍ବୀପ ଅଠର ବାଙ୍କୀ ଥାନା ଅନ୍ତର୍ଗତ ଲକପଡା ଅଞ୍ଚଳରେ ଅଘଟଣ । ଖେଳୁଥିବା ସମୟରେ କେନାଲକୁ ଖସିଲେ ଦୁଇ ଶିଶୁ । ପାଣିରେ ବୁଡି ଉଭୟ ଶିଶୁଙ୍କ ମୃତ୍ୟୁ । ଶିଶୁ ଦୁଇ ମାତ୍ର ୪ ବର୍ଷର ଅଟନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଖେଳୁଥିଲେ ଖସି ଗଲେ, ତାଳଦଣ୍ଡା କେନାଲରେ ଦୁଇ ଶିଶୁଙ୍କ ସଲିଳ ସମାଧି

ସୂଚନାଯୋଗ୍ୟ, ଆଜି ଦିନ 10ଟା ସମୟରେ ଦୁଇ ଶିଶୁ ନିଜ ଘର ସାମ୍ନାରେ ଖେଳୁଥିଲେ । ହେଲେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲ ମଧ୍ୟକୁ ଖସି ପଡ଼ିଥିଲେ । କିଛି ସମୟ ପରେ ପରିବାର ଲୋକେ ଦୁଇ ପିଲାଙ୍କୁ ନ ପାଇ ବହୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ପିଲା ଦୁହେଁ ତାଳଦଣ୍ଡା କେନାଲର ଦଳ ଭିତରେ ଫସିଥିବା ଲୋକେ ଦେଖିବାକୁ ପାଇଥିଲେ । ଉଭୟ ଶିଶୁଙ୍କୁ ସେଠାରୁ ଉଦ୍ଧାର କରି ପାରାଦ୍ବୀପ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Oct 6, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.