ETV Bharat / state

ମହଙ୍ଗା ପଡିଲା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ସେବାରୁ ଆଜୀବନ ବାଛନ୍ଦ ହୋଇପାରନ୍ତି ଶାରଳା ମନ୍ଦିର ପୂଜକ

author img

By

Published : Jun 11, 2023, 11:42 AM IST

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲରେ ପୂଜକ । ସେବାରୁ ଆଜୀବନ ବାଛନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲା ମାଆ ଶାରଳାଙ୍କ ମନ୍ଦିର ସେବକ ସଂଘ ।

Sarala Temple priest arrested
Sarala Temple priest arrested

Sarala Temple priest arrested

ଜଗତସିଂହପୁର: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜେଲରେ ଅଛନ୍ତି ଶାରଳା ମନ୍ଦିର ପୂଜକ। ଅଭିଯୁକ୍ତ ପୂଜକଙ୍କ ବିରୋଧରେ ଏବେ ଏକଜୁଟ ହୋଇଛି ସେବାୟତ ନିଯୋଗ। ଏପରି ଲଜ୍ଜା ଜନକ ଘଟଣା ଘଟାଇବା ଓ ମନ୍ଦିରକୁ ବଦନାମ କରିଥିବାରୁ ଗିରଫ ପୂଜକଙ୍କୁ ସେବାରୁ ଆଜୀବନ ବାଛନ୍ଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି ନିଯୋଗ। ମାଆ ଶାରଳାଙ୍କ ମନ୍ଦିର ସେବକ ସଂଘ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜଗତସିଂହପୁର ଜିଲ୍ଲାର ମାଆ ଶାରଳାଙ୍କ ପୀଠ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଭାବରେ ପରିଚିତ। ମାଆଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ପରିବାରଙ୍କୁ ଧରି ଏଟାକୁ ପ୍ରତେକ ଦିନ ଆସିଥାନ୍ତି। ମାଆ ଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ପୂଜା ନାମରେ ଅଭିଯୁକ୍ତ ପୂଜକ ଯେଉଁ କାଣ୍ଡକଲେ ତାହା ଭକ୍ତଙ୍କ ଭାବାବେଗକୁ ଆଘାତ କରିଛି। ଏପରିକି ଅଭିଯୁକ୍ତ ପୂଜକକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜେଲକୁ ପଠାଇ ଦିଆୟାଇଛି। ଏହିଭଳି ଜଣେ କଳଙ୍କିତ ବ୍ୟକ୍ତିଙ୍କୁ ଏକ ଶକ୍ତିପୀଠରେ ସେବା କରିବାର ଅଧିକାର ନାହିଁ ବୋଲି ସେବକ ସଂଘ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତ ସେବକକୁ ମନ୍ଦିରର ସେବାରୁ ନିବୃତ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ସେବକ ସଂଘ ନିବେଦନ କରିଛି। ସେବକ ସଂଘ ଆହୁରି ମଧ୍ୟ କହିଛି ଯେ, ଏହିଭଳି ସେବକ ଯୋଗୁ ସମସ୍ତ ଶାରଳା ମନ୍ଦିର ସେବକ ନିଯୋଗ ବଦନାମ ହୋଇଛି। ବିଶେଷ ଭାବରେ ମହିଳା ଭକ୍ତ ମାନେ ମନ୍ଦିରକୁ ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ସୋସିଆଲ ମିଡ଼ିଆରେ ଅଭିଯୁକ୍ତର କାରନାମା ଭାଇରାଲ ହେବା ପରେ ତାହା ମନ୍ଦିରର ସମ୍ମାନ କ୍ଷୁର୍ଣ୍ଣ କରିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ଶାରଳା ମନ୍ଦିର ସେବାୟତ ନିଯୋଗ। ଜିଲ୍ଲାପାଳ ପାରୁଲ ପଟୱାରୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଉତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ମେ26 ତାରିଖରେ ସଦର ଥାନା ଅନ୍ତର୍ଗତ ଜୈନିକ ମହିଳା ତାଙ୍କ ପୁଅର ରୋଗ ଭଲ ହେବା ପାଇଁ ମାନସିକ ପୂଜା କରିବାକୁ ମାଆ ଶାରଳା ମନ୍ଦିରକୁ ଯାଇଥିଲେ । ସେଠାରେ ପୂଜକ ସମରେନ୍ଦ୍ର ରାଉଳ ମହିଳାଙ୍କୁ ପୁଅର ରୋଗ ଉପଶମ ଏବଂ ବାସ୍ତୁ ଦୋଷ ହଟାଇବା ଲାଗି ପୂଜା କରିବାକୁ କହିଥିଲେ । ଏହା କଲେ ରୋଗ ଉପଶମ ହେବ କହି ସନ୍ଧ୍ୟାରେ ସେ ମହିଳା ଙ୍କ ଘରକୁ ଯାଇଥିଲେ। ସେଠାରେ ପୂଜା କରିବାର ବାହାନା କରି ମହିଳା ଜଣଙ୍କୁ ଏକ କୋଠରୀ ମଧ୍ୟକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ। ମହିଳା ଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୂଜକକୁ କାବୁ କରିଥିଲେ। ଗ୍ରାମବାସୀମାନେ ପୂଜକକୁ ଅଟକ ରଖି ପୋଲିସ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତ ପୂଜକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନି ନାମଞ୍ଜୁର ହେବାରୁ ଅଭିଯୁକ୍ତ ପୂଜକ ଏବେ ଆଳିପିଙ୍ଗଳ ଜେଲ ରେ ଥିବା ଜଣାପଡିଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.