ETV Bharat / state

ବାଣୀକ୍ଷେତ୍ରରେ ରାବଣ ପୋଡି ଉତ୍ସବ, ମନମୋହିଲା କଳାକାରଙ୍କ ନାଟକ

author img

By

Published : Oct 6, 2022, 9:32 AM IST

jagatsinghpur Ravana Podi
ବାଣୀକ୍ଷେତ୍ରରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଜଗତସିଂହପୁର: ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଏହି ଦିନ ଦୁର୍ଗତିନାଶିନୀ ମା' ଦୁର୍ଗା ପ୍ରବଳ ପ୍ରତାପୀ ମହିଷାଶୂରକୁ ବଦ୍ଧ କରିଥିଲେ । ଅନ୍ୟାୟ ଓ ଅତ୍ୟାଚାରରୁ ମୁକ୍ତ ହୋଇଥିଲା ତିନିପୁର ଯାହାର ପ୍ରତୀକ ରୂପେ ପାଳିତ ହୁଏ ବିଜୟା ଦଶମୀ । ଏହି ଦିନ ରାବଣ ପୋଡି ମଧ୍ୟ ହୋଇଥାଏ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବାଣୀକ୍ଷେତ୍ରରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ଏହି ରାବଣ ପୋଡି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୌରାଧକ୍ଷ ଅର୍ଚ୍ଚନା ସିଂ ପ୍ରମୁଖ ଯୋଗ ଦେଇ ବିଜୟା ଦଶମୀ ସମ୍ପର୍କରେ ଆଲୋକପାତ କରିଥିଲେ । ଭଗବାନ ଶ୍ରୀରାମଚନ୍ଦ୍ର ମହାପ୍ରତାପୀ ଦଶଶିର ରାବଣଙ୍କୁ ବଧ କରିଥିଲେ। ଭଗବାନ ରାମ ମା' ଦୁର୍ଗାଙ୍କ ଆର୍ଶୀବାଦ ନେଇ ବିଜୟର ପତାକା ଉଡାଇଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଜୟା ଦଶମୀ ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇ ଥିବାରୁ ଏହାର ନାମ ବିଜୟା ଦଶମୀ ହୋଇ ରହିଛି ।

ଏହା ବି ପଢନ୍ତୁ... ବର୍ଷା ସାଜିଲା ବାଧକ, ବିଳମ୍ବରେ ହେଲା ବରମୁଣ୍ଡା ରାବଣ ପୋଡି

ରାବଣ ପୋଡି ଉତ୍ସବ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଉପସ୍ଥିତ ହୋଇଥିଲେ। ସେଠାରେ ସୀତା ହରଣ, ଜଟାୟୁ ଉପାଖ୍ୟାନ ଓ ରାବଣ ବଧ ଆଦି ଦୃଶ୍ୟ କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା । ପରେ ବିନା ବାଣରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା । ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ପୋଲିସ ପକ୍ଷରୁ ରଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଶୁକ୍ରବାର ଦିନ ଜଗତସିଂହପୁର ସହରରେ ଭସାଣୀ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମା'ଙ୍କୁ ମେଲାଣି ଦେବେ ଜିଲ୍ଲାବାସୀ । ପୁଣି ବର୍ଷକ ପରେ ମା'ଙ୍କୁ ଅପେକ୍ଷା ରହିବ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.