ETV Bharat / city

ବର୍ଷା ସାଜିଲା ବାଧକ, ରାବଣ ପୋଡି ନ ଦେଖି ନିରାଶ ଦର୍ଶକ

author img

By

Published : Oct 6, 2022, 8:00 AM IST

Updated : Oct 6, 2022, 2:21 PM IST

ବର୍ଷା ସାଜିଲା ବାଧକ, ବିଳମ୍ବରେ ହେଲା ବରମୁଣ୍ଡା ରାବଣ ପୋଡି
ବର୍ଷା ସାଜିଲା ବାଧକ, ବିଳମ୍ବରେ ହେଲା ବରମୁଣ୍ଡା ରାବଣ ପୋଡି

ସବୁ ପ୍ରସ୍ତୁତି ସରିଥିଲା । ହେଲେ ଠିକ ସମୟରେ ଛେଚିଲା ବର୍ଷା । ବରମୁଣ୍ଡା ରାବଣ ପୋଡି କାର୍ଯ୍ୟକ୍ରମରେ ବର୍ଷା ସାଜିିିଥିଲା ବାଧକ । ଫଳରେ ବିଳମ୍ବରେ ଆରମ୍ଭ ହୋଇଥିଲା ରାବଣ ପୋଡି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଭୁବନେଶ୍ବର: ଦର୍ଶକ ବି ରେଡି ଆୟୋଜକ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ହେଲେ କେଉଁଠି ଥିବା କଳାହାଣ୍ଡିଆ ମେଢ ଢୁ ଢୁ ହୋଇ ବର୍ଷିଲା। ପାଖାପାଖି 2ଘଣ୍ଟା ଧରି କାଚିଲା ବର୍ଷା । ଫଳରେ ବରମୁଣ୍ଡା ରାବଣ ପୋଡି କାର୍ଯ୍ୟକ୍ରମରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଦର୍ଶକଙ୍କ ନିରାଶ ହୋଇଥିବା ଦେଖିବାକୁ ମିଳିଥିଲା । ରାବଣ ପୋଡି ନ ଦେଖି ଫେରିଥିଲେ ଦର୍ଶକ । ଯାହା ବି ହେଉ ବର୍ଷା ଛାଡିବା ପରେ ବରମୁଣ୍ଡା ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜକଙ୍କ ଦ୍ବାରା ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ । ସାଂସଦ ନିଜେ ରାବଣକୁ ବାଣ ମାରିଥିଲେ । କିନ୍ତୁ ଠିକ ସମୟରେ ବର୍ଷା ବାଧକ ହୋଇଥିଲା ।

ବର୍ଷା ସାଜିଲା ବାଧକ, ବିଳମ୍ବରେ ହେଲା ବରମୁଣ୍ଡା ରାବଣ ପୋଡି

ଦୁଇ ବର୍ଷ ପରେ ବହୁ ଆଡ଼ମ୍ବରରେ ଆୟୋଜିତ ହୋଇଥିଲା ରାବଣ ପୋଡ଼ି। ରାବଣ ପୋଡିରେ ଆତସବାଜି ଦେଖିବା ପାଇଁ ସାଧାରଣ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଅତିଥି ଭାବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପହଞ୍ଚି ରାବଣରେ ଅଗ୍ନି ସଂଯୋଗ କରିଥିଲେ । କିନ୍ତୁ ଏହା ରାବଣ ପାଖକୁ ନଯାଇ ଅଧାବାଟରେ ରହିଯାଇଥିଲା । ରାବଣକୁ ଛାଡ଼ିକି ବିଭିନ୍ନ ସ୍ଥାନରେ ଲାଗିଥିବା ବାଣ ଫୁଟିବା ଆରମ୍ଭ କରିଥିଲା । ଏହାର ଠିକ୍ କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ରାବଣ ପୋଡ଼ି ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭିଡ ଜମାଇଥିବା ଲୋକ ନିରାଶ ହୋଇଥିଲେ । ଏପଟେ ବର୍ଷାକୁ ସେପଟେ ରାସ୍ତା ଜାମ ମଧ୍ୟ ହୋଇଥିଲା । ପରେ ବର୍ଷା ଛାଡିବା ପରେ ଆୟୋଜକ ଟିମ ବିଳମ୍ବିତ ରାତିରେ ରାବଣ ପୋଡି କାର୍ଯ୍ୟକ୍ରମ ଶେଷ କରିଥିଲେ ।

ଏହା ବି ପଢନ୍ତୁ...ଝାରପଡାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

ସୂଚନା ଅନୁଯାୟୀ, ସନ୍ଧ୍ୟା 5 ଟା ରୁ ଆରମ୍ଭ କରି 9ଟା 35 ମିନିଟ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଲୋକମାନେ ରାବଣ ପୋଡ଼ିକୁ ଅପେକ୍ଷା କରିଥିଲେ । ଏପଟେ ବିଳମ୍ବ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ କଡ଼ାକଡ଼ି ଭାବରେ ନଜର ରଖାଯାଇଛି । ସେପଟେ ଜାତୀୟ ରାଜପଥ ଅସମ୍ଭାଳ ଭିଡ ହୋଇଥିଲା । ବରମୁଣ୍ଡା ପଡିଆରେ ହେଉଥିବା ରାବଣ ପୋଡ଼ି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ବରରେ ବରମୁଣ୍ଡା ସମେତ ଝାରପଡ଼ା, ନହରକଣ୍ଟରେ ରାବଣ ପୋଡ଼ି ହୋଇଛି । 80 ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ବରମୁଣ୍ଡା ପଡ଼ିଆରେ ଦେଖିବାକୁ ମିଳିଥିଲା । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ 100 ମିଟର ଦୂରରେ ବ୍ୟାରିକେଟ କରାଯାଇଥିଲା । 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହିତ ଅଗ୍ନିଶମ ବିଭାଗ ସଜାଗ ରହିଥିଲେ। ପୋଲିସ କମିଶନର ଘଟଣା ସ୍ଥଳରେ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବିଳମ୍ବରେ ହେଉ ପଛେ ରାବଣ ପୋଡି ଶେଷ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 6, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.