ETV Bharat / state

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

author img

By

Published : Aug 30, 2022, 1:00 PM IST

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ବୀପ ଅଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଅଞ୍ଚଳରେ ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ନେଇ ପାରାଦ୍ବୀପ ଆଦର୍ଶ ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଥାନା ଅଧିକାରୀଣିଙ୍କ କହିବା ଅନୁଯାୟୀ, "ଗତ 26 ତାରିଖ ଶୁକ୍ରବାର ଦିନ ଆଶାକର୍ମୀ ଜଣକ କୌଣସି କାମରେ ନିଜ ସାଇକେଲ ଯୋଗେ ନୂଆ ବଜାରକୁ ଯାଇଥିଲେ । ସମୟରେ ସେଠାରେ 4 ଜଣ ଦୁର୍ବୁତ୍ତ ଏକ କାର ଯୋଗେଁ ଜୋର ଜବରଦସ୍ତ ଉଠାଇ ନେଇ ନେହେରୁବଙ୍ଗଳା ନିକଟ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ଯତୀନ ମଲ୍ଲିକ ପ୍ରଥମେ ଅନ୍ୟ ଅଭିଯୁକ୍ତ ବାଦଲ ମଲ୍ଲିକ, କୀର୍ତ୍ତି ଓ ନିହାର ସାମିଲ ଥିବା ଅଭିଯୋଗ କରିଥିଲେ । ପୀଡ଼ିତାଙ୍କୁ ରାସ୍ତାରେ କାରରୁ ଫୋଫଡ଼ି ଦେଇ ଚାଲି ଯାଇଥିଲେ ଦୁର୍ବୁତ୍ତ ।"

ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତର ସହ ନେବାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଆଜି (ମଙ୍ଗଳବାର) କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିବା ଜଣାପଡ଼ିଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପୋଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ ।

ଏହା ବି ପଢନ୍ତୁ...ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ନ୍ୟାୟ ଦାବିରେ ଆଶାକର୍ମୀ ସଂଘର ଥାନା ଘେରାଉ

୨୬ ତାରିଖରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇନଥିବାକୁ ନେଇ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ପ୍ରତିବାଦ କରିଥିଲା । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ । ପାରାଦ୍ବୀପ ଆଦର୍ଶ ଥାନା ଘେରାଉ କରି (asha workers protest) ତିନି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.