ମହାଷ୍ଟମୀରେ ମା’ ଶାରଳାଙ୍କ ମହିଷାମର୍ଦ୍ଦିନୀ ବେଶ

author img

By

Published : Oct 12, 2021, 10:43 PM IST

ମହାଷ୍ଟମୀରେ ମା’ ଶାରଳାଙ୍କ ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଶେଷ ହୋଇଛି ମହାଷ୍ଟମୀ ପୂଜା । ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ମା’। ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା’ଶାରଳାଙ୍କ ପୀଠରେ ଆଜି ଶେଷ ହୋଇଛି ମହାଷ୍ଟମୀ ପୂଜା । ଏହାପରେ ଅଷ୍ଟମୀ ଓ ନବମୀର ସଂଧିକ୍ଷଣରେ ମହା ସନ୍ଧିପୂଜା ଅନୁଷ୍ଠିତ ହେବ । ଆଜି ମା’ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଛନ୍ତି । ପୂର୍ବରୁ ସନ୍ଧିପୂଜା ସମୟରେ ମହିଁଷି ବଳି ପ୍ରଦାନ କରାଯାଉଥିଲା । କାଳକ୍ରମେ ଏଠାରେ ବଳିପ୍ରଥା ବନ୍ଦ କରାଯାଇ 108 ପ୍ରକାର ପିଠା, ମିଠା ଓ 108 କୁଣ୍ଡ ପଣା ବଳିଭାବେ ମା’ଙ୍କୁ ଅର୍ପଣ କରାଯାଉଛି ।

ମହାଷ୍ଟମୀରେ ମା’ ଶାରଳାଙ୍କ ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ

ମା’ଙ୍କର ଏହି ଭବ୍ୟରୂପ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସାମଗମ ହୋଇଥାଏ । ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହି ଭବ୍ୟ ଦର୍ଶନ ଅନଲାଇନ ମାଧ୍ୟମରେ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । ସନ୍ଧିପୂଜା ସମୟରେ ସେବା ପାଇଁ ନିର୍ଦ୍ଦିଷ୍ଟ ସେବକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଆସନ୍ତାକାଲି (ବୁଧବାର) ପୀଠରେ ମହାନବମୀ ପୂଜାବିଧି ଅନୁଷ୍ଠିତ ହେବ। ଗୁରୁବାର ଦିନ ମା’ଙ୍କ ମନ୍ଦିର ବନ୍ଦ ରହିବା ସହିତ ଶୁକ୍ରବାର ବିଜୟା ଦଶମୀ ପାଳନ କରାଯିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.