ମା’ ଶାରଳାଙ୍କ ମନ୍ଦିରରେ ନୀତି ବିଭ୍ରାଟ, ବିଳମ୍ବରେ ଖୋଲିଲା ପହୁଡ

author img

By

Published : Dec 2, 2022, 10:25 PM IST

ମା ଶାରଳାଙ୍କ ମନ୍ଦିରରେ ନୀତି ବିଭ୍ରାଟ , ବିଳମ୍ବରେ ଖୋଲିଲା ପହୁଡ

ମା’ ଶାରଳାଙ୍କ ପହୁଡ ଖୋଲିବାକୁ ନେଇ ବିବାଦ ଉପୁଜିବାରୁ ବିଳମ୍ବରେ ହୋଇଛି ନୀତିକାନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳା । ମା’ଙ୍କ ପହୁଡ ଖୋଲିବାକୁ ନେଇ ବିବାଦ ଉପୁଜିବାରୁ ବିଳମ୍ବ ରେ ନୀତିକାନ୍ତି ହୋଇଥିବା ଜଣାପଡ଼ିଛି । ମା’ଙ୍କୁ ସୁନା ମକୁଟ ଲାଗିକୁ ନେଇ ସେବାୟତ ମାନେ ଅସନ୍ତୋଷ ହେବା ସହ ପହୁଡ଼ ଖୋଲି ନ ଥିଲେ, ଫଳରେ ନୀତିକାନ୍ତି ବାଧାପ୍ରାପ୍ତ ହୋଇଥିଲା । ପରେ ମନ୍ଦିର ପ୍ରଶାସନ ର ହସ୍ତକ୍ଷେପ ପରେ ନୀତିକାନ୍ତି ସ୍ବଭାବିକ ହୋଇଥିବା ଜଣାପଡ଼ିଛି।

ଖବର ଅନୁସାରେ ଗତକାଲି ମାର୍ଗଶୀର ମାସ ଗୁରୁବାର ଥିବାରୁ ଏହାକୁ ଶେଷ ଗୁରୁବାର ଧରାଯିବା ଓ ଏହିଦିନ ମା’ଙ୍କୁ ସୁବର୍ଣ୍ଣ ବେଶରେ ଭୂଷିତ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ମନ୍ଦିର ପ୍ରଶାସନ 8 ତାରିଖ ଗୁରୁବାର ବା ପୂର୍ଣ୍ଣିମାକୁ ଶେଷ ଗୁରୁବାର ଦିନ ବେଶ କରିବାକୁ ନିଷ୍ପତ୍ତି ନେଇଥିଲା।

ଅନ୍ୟପଟେ 8 ତାରିଖ ଗୁରୁବାର ପୂର୍ଣ୍ଣିମା ମାତ୍ର 9ଟା ପର୍ଯ୍ୟନ୍ତ ରହୁଥିବାରୁ ରାତ୍ରରେ ବେଶ କିପରି କରାଯିବ ବୋଲି ପାଳିଆ ସେବାୟତ କହିଥିଲେ। ଏଥି ସହ ବେଶ କରିବା ପାଇଁ ଜିଦ ଧରିଥିଲେ। ଏହାକୁ ନେଇ ବିବାଦ ହୋଇଥିଲା ଫଳରେ ଆଜି ପାଳିଆ ସେବାୟତ ମାନେ ମା’ଙ୍କ ପହୁଡ ଖୋଲି ନଥିଲେ ଯାହାକୁ ନେଇ ନୀତିକାନ୍ତିରେ ବାଧାସୃଷ୍ଟି ହୋଇଥିଲା । ମନ୍ଦିର ପ୍ରଶାସନ ଏହା ଜାଣିବା ପରେ ସେବାୟତମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ ଫଳରେ 3 ଘଣ୍ଟା ବିଳମ୍ବ ରେ ନୀତିକାନ୍ତି ଚାଲୁଥିବା ଖବର ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.