ମା’ ଶାରଳାଙ୍କ କୃପାରୁ ସିଦ୍ଧେଶ୍ବର ସାଜିଲେ ଶୁଦ୍ରମୁନି ଶାରଳା ଦାସ, ଜାଣନ୍ତୁ କାହିଁକି ?

author img

By

Published : Oct 10, 2021, 3:11 PM IST

Updated : Oct 14, 2021, 5:19 PM IST

କଳା ପାହାଡ ଦେଖି ମନ୍ଦିର ଛାଡିଲା, ସିଧେଶ୍ବରଙ୍କୁ ପଞ୍ଚଶଖା କଲା: ଜାଣନ୍ତୁ ମା' ଶାରଳାଙ୍କ ମାହାତ୍ମ୍ୟକଳା ପାହାଡ ଦେଖି ମନ୍ଦିର ଛାଡିଲା, ସିଧେଶ୍ବରଙ୍କୁ ପଞ୍ଚଶଖା କଲା: ଜାଣନ୍ତୁ ମା' ଶାରଳାଙ୍କ ମାହାତ୍ମ୍ୟ

ବହୁ ଅଲୌକିକ ଓ ଘଟଣାବଳୀକୁ ନେଇ ଖ୍ୟାତ ଜଗତସିଂହପୁର ଝଙ୍କଡ଼ ଠାରେ ଅବସ୍ଥିତ ମା' ଶାରଳାଙ୍କ ମନ୍ଦିର । ଓଡିଶାର ୮ଟି ଶକ୍ତିପୀଠ ମଧ୍ୟରୁ ଝଙ୍କଡ ଅନ୍ୟତମ । ଶରତକାଳୀନ ପାର୍ବଣ ପୂଜାରେ ବେଶ ଚଳଚଞ୍ଚଳ ହୋଇ ପଡିଛି ମା'ଙ୍କ ପୀଠ । ଅଧିକ ପଢନ୍ତୁ...

ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ରେ ଅବସ୍ଥିତ ମା' ଶାରଳାଙ୍କ ମନ୍ଦିର । ଜଗତସିଂହପୁର ସହର ଠାରୁ ମାତ୍ର ୧୪ କିଲୋମିଟର ପୂର୍ବକୁ ଗଲେ ମା'ଙ୍କ ଏହି ପୀଠ ଦୃଶ୍ୟମାନ ହୋଇଥାଏ । ମା' ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା ରୂପରେ ପୂଜା ପାଉଥିଲେ ମଧ୍ୟ ଏଠାରେ ମା'ଙ୍କ ଆୟୁଧ ଶୂଳ, ପାସ, ଅଙ୍କୁଶ, ବୀଣା, କମଣ୍ଡଳୁ, ଅକ୍ଷମାଳ ଓ ପୁସ୍ତକ ଧାରଣ କରି ପୂଜା ପାଇଥାନ୍ତି ।

ମା’ ଶାରଳାଙ୍କ କୃପାରୁ ସିଦ୍ଧେଶ୍ବର ସାଜିଲେ ଶୁଦ୍ରମୁନି ଶାରଳା ଦାସ, ଜାଣନ୍ତୁ କାହିଁକି ?


ବହୁ ଅଲୌକିକ ଘଟଣାବଳୀକୁ ନେଇ ମା'ଙ୍କ ମହିମା ଖ୍ୟାତ । କିମ୍ବଦନ୍ତୀ ଅନୁସାରେ ଅଷ୍ଟମ ଶତାବ୍ଦୀରେ ଭୌମରାଜା ଏହାକୁ ନିର୍ମାଣ କରାଇଥିଲେ । ବୁଦ୍ଧମତା ଓ ଶକ୍ତି ପାଇଁ ପର୍ଶୁରାମ ମା' ଶାରଳାଙ୍କ ପୂଜାର୍ଚ୍ଚନା କରିଥିଲେ ।କୁହାଯାଏ ଯେ, ସିଧେଶ୍ବର ପରିଡା ନାମକ ଜଣେ ଶୁଦ୍ର ଜମିରେ ଚାଷ କରୁଥିବା ସମୟରେ ମା' ସେଠାରେ ଜଣେ ନାରୀ ବେଶରେ ଉପସ୍ଥିତ ହୋଇଥିଲେ । ଆଉ ଏକ ଲେଖନୀ ଦେଇ ସିଧେଶ୍ବରଙ୍କୁ ସମ୍ପୂର୍ଣ୍ଣ ମହାଭାରତ ଲେଖିବାକୁ କହିଥିଲେ । ଜନ୍ମରୁ ନୀରକ୍ଷର ଥିବା ସିଧେଶ୍ବର ମା' ଶାରଳାଙ୍କ କୃପାରୁ ୧୮ ଖଣ୍ଡ ମହାଭାରତ ରଚନା କରିବାକୁ ସକ୍ଷମ ହୋଇଥିଲେ ।ପରେ ସିଧେଶ୍ବର ପଞ୍ଚଶଖା ଶାରଳା ଦାସ ନାମରେ ଜନ ମାନସରେ ପରିଚିତ ହୋଇଥିଲେ । ଏହି ମହାଭାରତ ଓଡିଆ ସାହିତ୍ୟକୁ ନୂଆ ଏକ ଜୀବନଦାନ ଦେଇଥିଲା ।


ମରହଟ୍ଟା ଶାସନ କାଳରେ ମା,ଙ୍କୁ ଲଣ୍ଡା ଦେଉଳରେ ଅବ୍ରାହ୍ମଣ ସେବକ ପୂଜା କରୁଥିଲେ । ପରେ କଳାପାହାଡ଼ ଆସିବା ଜାଣି ମା' ମନ୍ଦିର ପରିତ୍ୟାଗ କରିଥିଲେ । ମନ୍ଦିରରେ ମା, ନଥିବା ଦେଖି କଳା ପାହାଡ଼ ମା'ଙ୍କ ଶିଳା ବିଗ୍ରହକୁ ଖୋଜିବା ସହ ମନ୍ଦିରକୁ ଭାଙ୍ଗି ପକାଇଥିଲା । ଏହାକୁ ନେଇ ଶୁଦ୍ରକବି ସାରଳା ଦାସ ଲେଖିଥିଲେ...

"କଳା ପାହାଡ଼ ଆଇଲା, ସର୍ବ ଦେବାଦେବୀ ଦହନ କଲା

ମା' ତୋତେ ନ ପାଇଣ ପଳାଇଲା"


ଆସ୍ଥା ଓ ବିଶ୍ୱାସର ଦେବୀ ହେଉଛନ୍ତି ମା', ଶାରଳା । ଶାକ୍ତ ଓ ବୈଷ୍ଣବ ମତରେ ଏଠାରେ ମା'ଙ୍କୁ ଆରାଧନା କରାଯାଇଥାଏ । ଶରତକାଳୀନ ପାର୍ବଣ ପୂଜାରେ ବେଶ ଚଳ ଚଞ୍ଚଳ ହୋଇ ପଡିଛି ମା'ଙ୍କ ପୀଠ । ଷୋଡଶ ଦିନାତ୍ମକ ପୂଜା ଦର୍ଶନ କରିବା ପାଇଁ କାହିଁ କେତେଦୂରରୁ ଛୁଟି ଆସୁଛନ୍ତି ଭକ୍ତ । ଆଉ ମା' ବି ତା ପଣତ କାନିରେ ଘଣ୍ଟ ଘୋଡାଇ ଦେଉଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Oct 14, 2021, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.