ETV Bharat / state

ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ

author img

By ETV Bharat Odisha Team

Published : Nov 18, 2023, 7:17 AM IST

Updated : Nov 18, 2023, 10:44 AM IST

Rabi Satpathy Passes Away
Rabi Satpathy Passes Away

ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ଦେହାନ୍ତ । କ୍ୟାନସର ରୋଗରେ ପୀଡିତ ଥିଲେ ରବି । ଅଧିକ ପଢନ୍ତୁ

Jatra Comedian Rabi Satpathy

ଜଗତସିଂହପୁର: ଯାତ୍ରା ଜଗତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ହାସ୍ୟ ଅଭିନେତା ରବି ଶତପଥୀ । 70 ବର୍ଷ ବୟସରେ ଗତକାଲି (ଶୁକ୍ରବାର) ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗାଁରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ସ୍ବର ଆଜି ନୀରବି ଯାଇଛି । ଚର୍ଚ୍ଚିତ ନାଟକ 'ଶାଗୁଣା ବସିଛି ଡେଣା ମେଲେଇ'ରେ ପଦୁ ମହାନ୍ତି ଚରିତ୍ରରେ ସେ ଅଭିନୟ କରି ଓଡିଶାବାସୀଙ୍କ ପ୍ରିୟ ହୋଇପାରିଥିଲେ । 5 ଶହରୁ ଅଧିକ ନାଟକରେ ସେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି । ହାସ୍ୟ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ହସାଇ ହସାଇ ବେଦମ କରୁଥିଲେ ରବି ନନା । ତାଙ୍କର ଦେହାନ୍ତରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-Chandra Mohan Passes Away: ହୃଦଘାତରେ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନଙ୍କ ଦେହାନ୍ତ

ଗତ 5 ମାସ ତଳେ ରବି ଶତପଥୀ କୁଜଙ୍ଗ ଅଗପାଳ ସ୍ଥିତ ନିଜ ବାସଭବନକୁ ଆସିଥିବା ବେଳେ ହଠାତ ତାଙ୍କର ବାନ୍ତି ହୋଇଥିଲା । ଏହାପରେ ରବିଙ୍କୁ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କୁ ଯକୃତ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । କ୍ୟାନସରର ଶେଷ ଅବସ୍ଥା ହୋଇ ସାରିଥିବାରୁ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ କହିଥିଲେ । ଘରେ ରହି ଚିକିତ୍ସିତ ହେଉଥିବା ସମୟରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି । ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଲୋକଟି ଆଜି ଚିର ନିଦ୍ରାରେ ଶୋଇପଡିଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗାଁରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Swarup Nayak Last Song: ମେଡିକାଲ ବେଡରେ ବି ଗୁଣୁଗୁଣାଉ ଥିଲେ ସ୍ବରୂପ ନାୟକ

ଜନତ‌ା ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ ଭଳି ‌ଅନେକ ଯାତ୍ରା ପାର୍ଟିରେ ସେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି । ଏହି ଚରିତ୍ରରେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଯାତ୍ରା ପାର୍ଟିରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ ରବି ଶତପଥୀ । 500ରୁ ଅଧିକ ନାଟକରେ ସେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated :Nov 18, 2023, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.