ETV Bharat / state

JSW Project: ଢ଼ିଙ୍କିଆରେ ୧୩୦ରୁ ଅଧିକ ପାନ ବରଜ ମାପଚୁପ

author img

By

Published : Jan 3, 2022, 9:52 PM IST

Updated : Jan 3, 2022, 10:44 PM IST

JAGATSINGHPUR JSW PROJECT THREE VILLAGERS OF DHINKIA VOLUNTARILY HANDOVER THEIR PAN BARAJ
JSW Project: ଢ଼ିଙ୍କିଆରେ 130ରୁ ଅଧିକ ପାନ ବରଜ ମାପଚୁପ

JSW ପ୍ରକଳ୍ପ ପାଇଁ ଢ଼ିଙ୍କିଆ ପଞ୍ଚାୟତରେ ଜିଲ୍ଲା ପ୍ରଶାସନର ପାନ ବରଜ(Pan baraj) ଅଧିଗ୍ରହଣ । ପାଟଣା ଗାଁରେ ସୋମବାର ୧୮ଟି ପାନବରଜ ମାପଚୁପ । ଅଧିକ ପଢନ୍ତୁ

ଢିଙ୍କିଆ(ଜଗତସିଂହପୁର): ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତର ତିନି ଜଣ ହିତାଧିକାରୀ JSW ପ୍ରକଳ୍ପ ପାଇଁ ପାନବରଜ ହସ୍ତାନ୍ତର କରିଛନ୍ତି । ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ବାଇଁ । ଆଜି(ସୋମବାର) ନିଜ ଇଚ୍ଛାରେ ସ୍ଥାନୀୟ ପ୍ରଶାସନ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି।

JSW Project: ଢ଼ିଙ୍କିଆରେ ୧୩୦ରୁ ଅଧିକ ପାନ ବରଜ ମାପଚୁପ

ଏଥିସହିତ ମାହାଳ ଗାଁରେ ମଧ୍ୟ ରବିନ୍ଦ୍ର ରାଉତ ଓ ସତ୍ୟାନନ୍ଦ ଜେନା ପାନବରଜ ଦେଇଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ପାଟଣା ଗାଁରେ ମଧ୍ୟ ସୋମବାର ୧୮ଟି ପାନବରଜ ମାପଚୁପ କରାଯାଇଛି । ଫଳରେ ଏହି ତିନି ଗାଁ ରୁ ସୋମବାର ସର୍ବମୋଟ ୨୭ଟି ପାନବରଜର ମାପଚୁପ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: JSW Project: ଗୋବିନ୍ଦପୁରରେ ୬୦ରୁ ଅଧିକ ପାନ ବରଜ ଅଧିଗ୍ରହଣ

ଏବେ ସୁଦ୍ଧା ସମୁଦାୟ ୧୩୦ରୁ ଅଧିକ ପାନବରଜ ମାପଚୁପ କରାଯାଇ ସାରିଲାଣି । ଏରସମା ତହସିଲଦାରଙ୍କ ନେତୃତ୍ବରେ ତିନୋଟି ଟିମ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ଆଗାମୀ ଦିନରେ ଢ଼ିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jan 3, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.