ETV Bharat / state

ETV Bharat Impact: ଅଜଣା ରୋଗରୁ ମୁକୁଳିବେ ପିଣ୍ଟୁ, ଖବର ପ୍ରସାରଣ ପରେ ଚିକିତ୍ସା ଆରମ୍ଭ

author img

By

Published : Apr 3, 2023, 10:38 AM IST

teenage boy affected with unknown disease
teenage boy affected with unknown disease

ଅଜଣା ରୋଗରୁ ମୁକ୍ତ ହେବେ ବାଦଲ ଭୋଇଙ୍କ ପୁଅ ପିଣ୍ଟୁ । ଖବର ପ୍ରସାରଣ ପରେ ଆରମ୍ଭ ହେଲା ଚିକିତ୍ସା । ଅଧିକ ପଢନ୍ତୁ

ETV Bharat Impact

ଜଗତସିଂହପୁର: ଖବର ବାଜିଲା ନଜର ପଡିଲା । ଅଜଣା ରୋଗରେ ଛଟପଟ ହେଉଥିବା 17 ବର୍ଷିୟ ପିଣ୍ଟୁଙ୍କ ପାଖରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା । ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ମହେଶ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ପିଣ୍ଟୁଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ବୟସ ବଢିବା ସତ୍ତ୍ବେ କେଉଁ କାରଣରୁ ତାଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରୁନାହିଁ ତାକୁ ନେଇ ଯାଞ୍ଚ କରାଯାଇଛି । ପିଣ୍ଟୁ ସମ୍ପର୍କରେ ତାଙ୍କ ବାପା ବାଦଲ ଭୋଇଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ ଡାକ୍ତରୀ ଟିମ ।

ଜଗତସିଂହପୁର ଜିଲ୍ଲା ମଧୁସୂଦନପୁର ଶାସନ ପଞ୍ଚାୟତ କେନ୍ଦାଳ ଗ୍ରାମର ବାଦଲ ଭୋଇଙ୍କ ପୁଅ ପିଣ୍ଟୁ । 17 ବର୍ଷ ଧରି ଅଜଣା ରୋଗରେ ପୀଡିତ ଥିବାରୁ ଶାରୀରିକ ଗଠନରେ ପରିବର୍ତ୍ତନ ନଆସିବା ସହ ସେ କଥା ମଧ୍ୟ କହିପାରୁନଥିଲେ । ଯାହାକୁ ନେଇ କିଛିଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ଜାଣିବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କ୍ଷେତ୍ରବାସୀ ଦାସ ଏ ସମ୍ବନ୍ଧରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିବା ବେଳେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅଜଣା ରୋଗରେ ପୀଡିତ ପିଣ୍ଟୁ, ବୟସ ଅନୁସାରେ ବଦଳୁନି ଶାରୀରିକ ଗଠନ

ପିଣ୍ଟୁର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଅଧିକ ଚିକିତ୍ସା ଯଦି ଦରକାର ପଡେ ତେବେ ପିଣ୍ଟୁକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଜନ୍ମ ହେବାର ଗୋଟିଏ ବର୍ଷ ପରେ ପିଣ୍ଟୁ ଦୀର୍ଘ 17 ବର୍ଷ ହେଲା ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହାତ ଗୋଡ ଅଚଳ ହୋଇଯାଇଥିଲା । ଏହାପରେ ପିଣ୍ଟୁଙ୍କ ବାପା ବାଦଲ ଓ ମାଆ ଝୁମି ପ୍ରଥମେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପୁଅକୁ ନେଇଥିଲେ । ସେଠାରୁ ଏକ ବର୍ଷ ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ହୋଇ ନଥିଲା । ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଚିନ୍ତାରେ ଥିଲେ ପିଣ୍ଟୁଙ୍କ ବାପା ମାଆ । ଫଳରେ ଦିନକୁ ଦିନ ପିଣ୍ଟୁଙ୍କ ଅବସ୍ଥା ବିଗିଡିବାରେ ଲାଗିଲା । ଏ ସମ୍ପର୍କରେ ଇଟିଭି ଭାରତରେ ପ୍ରଥମ ଖବର ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିଣ୍ଟୁର ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ କରିଥିଲା ।

ଇଟିଭି ଭାରତ, ଜଗତଂସିହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.