ETV Bharat / state

ଗ୍ରେଡ ପେ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଜିଲ୍ଲା ଅମଲା ସଂଘ

author img

By

Published : Apr 22, 2023, 7:22 PM IST

bureaucrats association protest in jagatsinghpur
ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

ଗ୍ରେଡ ପେ 4200 ବୃଦ୍ଧି ଦାବି କରି ରାଜରାସ୍ତାକୁ ଓହ୍ଲାଇଲା ଜଗତସିଂହପୁର ଜିଲ୍ଲା ଅମଲା ସଂଘ । ଅଧିକ ପଢ଼ନ୍ତୁ

ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

ଜଗତସିଂହପୁର: ଗ୍ରେଡ ପେ ବୃଦ୍ଧି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅମଲା ସଂଘ । ଗ୍ରେଡ ପେ 4200 ବୃଦ୍ଧି ଦାବି କରି ଜଗତସିଂହପୁର ଜିଲ୍ଲା ଅମଲା ସଂଘ ପକ୍ଷରୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ବ ଅମଲା ସଂଘ, ଓଡ଼ିଶା ଟ୍ରେଜେରୀ ସଂଘ ଓ ଓଡ଼ିଶା ସବ ରେଜିଷ୍ଟ୍ରର ସଂଘ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟରେ ଅମଲାମାନଙ୍କୁ ସରକାର ଅବହେଳା କରୁଥିବା ଓଡ଼ିଶା ଅମଲା ସଂଘ ଅଭିଯୋଗ କରିଛି । 2017 ମସିହାରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା ଯେ, ଓଡ଼ିଶାର ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପରିବର୍ତ୍ତେ ସ୍ନାତକ ଡିଗ୍ରୀ ସହିତ କମ୍ପ୍ୟୁଟରରେ ଦକ୍ଷତା ରହିଥିବା ଆବଶ୍ୟକ । ତେବେ ଶିକ୍ଷାଗତ ଯୋଗ୍ୟତା ବଢାଇବା ସହିତ ମୂଳ ଦରମା 9,300/ଗ୍ରେଡ ପେ 4200 ଓ ପେ ମ୍ୟାଟ୍ରିସ ବଢାଇବା କଥା । କିନ୍ତୁ ରାଜ୍ୟ ସରକାର 2017ରୁ ଏହି ବର୍ଦ୍ଧିତ ପେ ଲାଗୁ କରି ନାହାନ୍ତି ବୋଲି ସଂଘ ଅଭିଯୋଗ କରିଛି । ଏନେଇ ଓଡ଼ିଶା ଅମଲା ସଂଘର ରାଜ୍ୟ ଆବାହକ ବୈଷ୍ଣବ ଚରଣ ବେହେରା କହିଛନ୍ତି ଯେ, "ଏହି ସମ୍ପର୍କରେ ଅମଲା ସଂଘ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଫଳରେ ଅମଲା ମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ମିଳିତ ଅମଲା ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି । ନଚେତ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ: ଆକ୍ସନ ମୋଡରେ ବୌଦ୍ଧ ପୋଲିସ, ଦୁଇ ଦିନରେ ଜବତ ହେଲାଣି ବିପୁଣ ପରିମାଣର ଗଞ୍ଜେଇ

ଏହି ବିକ୍ଷୋଭ ସମାବେଶରେ ଅମଲା ମାନଙ୍କ ଉପରେ ହେଉଥିବା ଅନ୍ୟାୟକୁ ମଧ୍ୟ ବିରୋଧ କରାଯାଇଥିଲା । ନିକଟରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଜଣେ କିରାଣୀଙ୍କୁ ତାଙ୍କ କାର୍ଯ୍ୟାଳୟରେ କାନଧରୀ ବସ ଉଠୁ କରିବା ଘଟଣାକୁ ସଂଘ ବିରୋଧ କରିଛି । ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ସଂଘର କର୍ମକର୍ତ୍ତା ଦାବି କରିଛନ୍ତି । ଯଦି ତାଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଅମଲା ସଂଘ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.