ETV Bharat / state

ସମସ୍ୟା ଘେରରେ ଗୋରେଖାନାଥ ପୀଠ, ହନ୍ତସନ୍ତ ଭକ୍ତ

author img

By

Published : Feb 11, 2023, 5:20 PM IST

devotees facing many problems in Gorakhnath temple
devotees facing many problems in Gorakhnath temple

ଗୋରେଖାନାଥ ପୀଠରେ ସାଧାରଣ ସୁବିଧାରୁ ବଞ୍ଚିନ୍ତ ଭକ୍ତ । ଦେବୋତ୍ତର ବିଭାଗ ଅଣଦେଖା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

devotees facing many problems in Gorakhnath temple

ଜଗତସିଂହପୁର: ଜିଲ୍ଲାର ପ୍ରମୁଖ ଶୈବ ପୀଠ ପ୍ରଭୁ ଗୋରେଖାନାଥଙ୍କ ମନ୍ଦିର । ଏବେ ଏଠାରେ ମନ୍ଦିର ପରିଚାଳନାରେ ସମସ୍ୟା ଦେଖା ଦେଇଛି। ଭକ୍ତ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆ ଯାଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତେକ ଦିନ ଏହି ପୀଠରେ ଭିଡ ଜମାଇଥାନ୍ତି। ବିଶେଷ କରି ଜଗତସିଂହପୁର ଜିଲ୍ଲା ଓ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାବାସୀ ଏଠାରେ ବିବାହର ଆୟୋଜନ କରିଥାନ୍ତି । କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧାରୁ ଏବେ ବଞ୍ଚିତ ହୋଇଛି ଏହି ପୀଠ। 2007 ରେ ଏହି ମନ୍ଦିରର ଦାୟିତ୍ବ ଦେବୋତ୍ତର ବିଭାଗ ନେଇଥିବା ବେଳେ ମନ୍ଦିରରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ ହେଉଛି। କିନ୍ତୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ସାଧାରଣ ସୁବିଧା ଯୋଗାଇ ଦିଆ ଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି

ଜଗତସିଂହପୁର ସହରରୁ ଗୋରେଖାନାଥ ପୀଠକୁ ଯିବାକୁ ଭଲ ରାସ୍ତା ନଥିବା ବେଳେ ଗମନାଗମନ କୌଣସି ପ୍ରକାର ସୁବିଧା ଯାତ୍ରୀ ମାନଙ୍କ ପାଇଁ ନାହିଁ। ସେହିଭଳି ମନ୍ଦିର ପରିସରରେ ଭକ୍ତ ମାନେ ଜୋତାଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମାଗାର, ଟଏଲେଟ ଆଦି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇବର୍ଷ ହେବ ପ୍ରସାଦ ବିତରଣକୁ ବାରଣ କରାଯାଇଛି। କରୋନା ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ବେଢାରେ ପ୍ରସାଦ ସେବନକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ କରୋନାର ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ, ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସାଦ ସେବନ ଉପରେ କଟକଣା ବଳବତ୍ତର ରହିଛି।

ଏହା ମଧ୍ୟ ପଢନ୍ତୁ-President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଚାଲି ଚାଲି ବୁଲିଲେ ବିନ୍ଦୁ ସାଗର

ଫଳରେ ସାଧାରଣ ଭକ୍ତ ଟିଏ ପ୍ରଭୁ ଗୋରେଖାନାଥଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହେଉଛି । ମନ୍ଦିର ପରିସରରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ମନ୍ଦିର ବେଢ଼ା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ଯାହାକୁ ନେଇ ପୂଜକଙ୍କ ଠାରୁ ଆରମ୍ଭ କରି ସାଧାରଣ ଭକ୍ତ ଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ପୀଠ ରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ ହେଉଥିବା ବେଳେ ପ୍ରଶାସନ ଓ ଦେବୋତ୍ତର ବିଭାଗ କଣ ପାଇଁ ଅଣଦେଖା କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ସମସ୍ୟାର କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.