ETV Bharat / state

86 ନୂଆ ଆକ୍ରାନ୍ତ ସହ ଜଗତସିଂହପୁରରେ 5 ହଜାର ପାର ସଂକ୍ରମିତ ସଂଖ୍ୟା

author img

By

Published : Sep 29, 2020, 10:20 AM IST

ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣର ମାତ୍ରା । ସୋମବାର ଚିହ୍ନଟ ହୋଇଥିବା 86 ନୂଆ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 5139ରେ ପହଞ୍ଚିଛି । ଏଥିସହ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି ।

jagatsinghpur latest news, corona cases in jagatsinghpur, corona update in jagatsinghpur, coronavirus news, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ କୋରୋନା ସଂକ୍ରମଣ, ଜଗତସିଂହପୁରରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
86 ନୂଆ ଆକ୍ରାନ୍ତ ସହ ଜଗତସିଂହପୁରରେ ଆକ୍ରାନ୍ତ ସଂଖ୍ୟା 5 ହଜାର ପାର

ଜଗତସିଂହପୁର: ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣର ମାତ୍ରା । ସୋମବାର ଚିହ୍ନଟ ହୋଇଥିବା 86 ନୂଆ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 5139ରେ ପହଞ୍ଚିଛି । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 15, ବିରିଡିରୁ 2, ଏରସମାରୁ 2, କୁଜଙ୍ଗରୁ 8, ନାଉଗାଁରୁ 3, ତିର୍ତ୍ତୋଲରୁ 9, ରଘୁନାଥପୁରରୁ 4, ଜଗତସିଂହପୁରରୁ 16, ଜଗତସିଂହପୁର ସହରରୁ 17 ଓ ପାରାଦ୍ବୀପରୁ 10 ଜଣ ଚିହ୍ନଟ ହୋଇଛନ୍ତି ।

86 ନୂଆ ଆକ୍ରାନ୍ତ ସହ ଜଗତସିଂହପୁରରେ ଆକ୍ରାନ୍ତ ସଂଖ୍ୟା 5 ହଜାର ପାର

ତେବେ ଜିଲ୍ଲାର 8ଟି ବ୍ଲକ ଓ 2ଟି ପୌରାଞ୍ଚଳ ମଧ୍ୟରୁ ଜଗତସିଂହପୁର ସହର ଓ ଗ୍ରାମାଞ୍ଚଳରୁ ସର୍ବାଧିକ 1240 ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଜିଲ୍ଲାରେ ବଢୁଥିବା ଆକ୍ରାନ୍ତ ସଂଖ୍ୟା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ପାଲଟିଛି । ସେପଟେ ସୋମବାର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5139ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 3610 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 1522ଟି ସକ୍ରିୟ ମାମଲା ରହିଛି । ସମସ୍ତ ସକ୍ରିୟ ମାମଲାଗୁଡିକର କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏଥିସହ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.