ETV Bharat / state

ନରେଗା ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ, ଘଣ୍ଟ ବାଡେଇ ପ୍ରତିବାଦ

author img

By

Published : Oct 17, 2022, 10:02 PM IST

ନରେଗା ଦୁର୍ନୀତିକୁ ନେଇ ଜଗତସିଂହପୁରରେ ବିଜେପିର ପ୍ରତିବାଦ । ଘଣ୍ଟ ବାଡେଇ ବିଜେପି ପକ୍ଷରୁ ଏରସମା ବ୍ଲକ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ନରେଗା ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ
ନରେଗା ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ। କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ "ନରେଗା ଦୁର୍ନୀତି" ପ୍ରତିବାଦରେ ଘଣ୍ଟ ବାଡେଇ ବିଜେପି ପକ୍ଷରୁ ଏରସମା ବ୍ଲକ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନରେଗା ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ

ଏହା ମଧ୍ୟ ପଢନ୍ତୁ: ନବମ, ଦଶମ ପାଠ୍ୟକ୍ରମରେ ଯୋଡିହେଲା ନୂଆ ବିଷୟ, ୧୦୦ ମାର୍କର ହେବ ପରୀକ୍ଷା

ବିଗତ ୪ବର୍ଷ ଧରି ନରେଗା ଯୋଜନାରେ ଶତାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ଏରସମା ବ୍ଲକରେ ଅମୃତ ସରୋବର ଯୋଜନାକୁ ସମ୍ପୂର୍ଣ୍ଣ ହାଇଜାକ କରାଯାଇଛି। ୧୩ଟି ଅମୃତ ସରୋବର ପ୍ରକଳ୍ପ ନୂତନ ବଦଳରେ ପୁରୁଣା ପୋଖରିକୁ ଦେଖାଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ତଥ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି।

ବିଜେପି ପକ୍ଷରୁ ଏରସମା ଗାନ୍ଧୀ ସ୍ମୃତି ପୀଠରୁ ଗାନ୍ଧିଜୀ ଓ ଗୌରୀଶ୍ୟାମ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଘଣ୍ଟ ବାଡେଇ ପ୍ରତିବାଦ ଶୋଭାଯାତ୍ରାରେ ଆସି ଏରସମା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫାଟକ ଆଗରେ ଘଣ୍ଟ ବାଡେଇ ବିଜେପି କର୍ମୀମାନେ ଅଭିନବ ପ୍ରତିବାଦ ଜଣାଇଥିବା ବେଳେ ଦୀର୍ଘ ୬ବର୍ଷ ଧରି ରହି ଆସ୍ଥାନ ଜମାଇ ବିଡ଼ିଓ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାରୁ ଭିଜିଲାନ୍ସ ତଦନ୍ତ ଓ ବିଡ଼ିଓଙ୍କ ନିଲମ୍ବନ ଦାବିକରି ଆନ୍ଦୋଳନ କରାଯାଇଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.