ETV Bharat / state

ପ୍ରଶାନ୍ତଙ୍କ ଦମ୍ଭୋକ୍ତି: ଜଗତସିଂହପୁରରେ ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ BJD

author img

By

Published : Feb 4, 2022, 7:43 AM IST

ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ ବିଜେଡି: ପ୍ରଶାନ୍ତ ମୁଦୁଲି
ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ ବିଜେଡି: ପ୍ରଶାନ୍ତ ମୁଦୁଲି

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଏବେ ବିଭିନ୍ନ ପଞ୍ଚାୟତ ବୁଲି ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ପ୍ରାର୍ଥୀ ମାନଙ୍କୁ ବିଜୟର ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଏବେ ବିଭିନ୍ନ ପଞ୍ଚାୟତ ବୁଲି ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ପ୍ରାର୍ଥୀ ମାନଙ୍କୁ ବିଜୟର ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି । ଜଗତସିଂହପୁର ଜିଲ୍ଲାରେ ପ୍ରଯ୍ୟାୟ କ୍ରମେ 26ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ 198ଟି ସରପଞ୍ଚ 198ଟି ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ଗତ 2017 ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି 23 ଆସନ ପାଇଥିବା ବେଳେ ବିଜେପି ଗୋଟିଏ ଓ କଂଗ୍ରେସ ଦୁଇଟି ଆସନ ପାଇଥିଲା । ଶାସକ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ।

ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ ବିଜେଡି: ପ୍ରଶାନ୍ତ ମୁଦୁଲି
2017ରେ ଦିବ୍ୟଗତ ନେତା ବିଷ୍ଣୁ ଦାସଙ୍କ ରାଜନୈତିକ ଗୋଟି ଚାଳନା ଫଳରେ ବିଜେଡିକୁ ଅପୂର୍ବ ସଫଳତା ମିଳିଥିଲା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁରରେ ନୂଆ ହୋଇଥିଲେ ମଧ୍ୟ ଗାଁଗାଁ ବୁଲି କର୍ମୀମାନଙ୍କୁ ଏକାଠି କରିବା ସହ ଦଳ କିପରି ସଫଳତା ହାସଲ କରିବ ସେନେଇ ଆଶାବାଦୀ ଅଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡ଼ି ସପକ୍ଷରେ ଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ।ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.