ETV Bharat / state

ଜଗତସିଂହପୁରେ ବିଜେଡିର ଶକ୍ତି ପ୍ରଦର୍ଶନ, ପାଳିଲା 26 ତମ ପ୍ରତିଷ୍ଠା ଦିବସ

author img

By

Published : Jan 19, 2023, 7:51 AM IST

bjd fondation day in Jagatsinghpur
ଜଗତସିଂହପୁରେ ବିଜେଡିର ଶକ୍ତି ପଦର୍ଶନ, ପାଳିଲା 26 ତମ ପ୍ରତିଷ୍ଠା ଦିବସ

ବିଜେଡିର 26 ତମ ପ୍ରତିଷ୍ଠା ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାରେ ବିଜେଡି ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଜଗତସିଂହପୁରେ ବିଜେଡିର ଶକ୍ତି ପଦର୍ଶନ, ପାଳିଲା 26 ତମ ପ୍ରତିଷ୍ଠା ଦିବସ

ଜଗତସିଂହପୁର: ଜିଲ୍ଲା ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ହଜାର ହଜାର ଦଳୀୟ କର୍ମୀ ଓ ନେତାଙ୍କୁ ନେଇ ଦଳ ପ୍ରତିଷ୍ଠା ଦିବସ ପାଳନ କରିଛି । ଦଳର 26 ତମ ପ୍ରତିଷ୍ଠା ଦିବସ ଅବସରରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ସମୋରୋହ ଅନୁଷ୍ଠିତ ହୋଇଛି । ଏଥିରେ ବହୁ ନେତା, ବିଧାୟକଙ୍କ ସହ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ବିରୋଧୀ ଦଳକୁ ଟାର୍ଗେଟ କରିବା ସହ ବିଜେଡି ଶାସନ ସମୟରେ ରାଜ୍ୟର ବିକାଶ ହୋଇଥିବା କହିଛନ୍ତି । କଂଗ୍ରେସ ଶାସନରେ ଥିବା ସମୟରେ ହଜାର ଦିନରେ ହଜାର ଶିଳ୍ପ କଥା କହିଥିଲେ କିନ୍ତୁ ଗୋଟିଏ ବି ଶିଳ୍ପ କରି ନଥିଲେ, ହେଲେ ବିଜେଡି ସରକାର ହଜାର ଦିନରେ ହଜାର ଯୋଜନା କରି ତାକୁ ସେ ସବୁକୁ ସଫଳ କରିବାରେ ସମର୍ଥ ହୋଇଥିବା ସେ କହିଥିଲେ ।

ଏ ସମାବେଶ ହିଁ ପ୍ରମାଣିତ କରୁଛି ବିଜେଡିରୁ ଲୋକେ କେତେ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ । ସେ ଆହୁରି କହିଛନ୍ତି, ବିଜେଡି ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ଦେଶରେ ପ୍ରଥମ । ତାଙ୍କୁ ଅନ୍ୟ ରାଜ୍ୟମାନେ ଅନୁସରଣ କରୁଥିବା ବିଜେଡି ନେତା ମାନେ ପ୍ରକାଶ କରିଥିଲେ ।

ଏହା ବି ପଢନ୍ତୁ...14ବର୍ଷ ଧରି ଓଡିଶା ପାଇଁ ରଣନୀତି ପ୍ରସ୍ତୁତରେ ବିଫଳ ହେଉଛି ବିଜେପି: ବିଜେଡି

ସେହିପରି ବିଜେଡି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ''ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହରେ ହଜାର ହଜାର ମହିଳା, ଲୋକ ଏକାଠି ହୋଇଛନ୍ତି ତାହା ପ୍ରମାଣ କରୁଛନ୍ତି ଲୋକ ବିଜେଡି ସହ ଶଙ୍ଖ ଚିହ୍ନ ସହିତ ଅଛନ୍ତି ।'' ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଥାନା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିରାଟ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖ ସଭାସ୍ଥଳରେ ପହଞ୍ଚିଥିଲେ। ଅପରାହ୍ନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡିସେମ୍ବର 26 ତାରିଖରେ ବିଜେଡି ପୁରୀରେ ବିଶାଳ ଆକାରରେ ପ୍ରତିଷ୍ଠା ଦିବସ ପାଳିଥିଲା ।

ଅନ୍ୟ ପକ୍ଷରେ ବିଡେଜି ପ୍ରତିଷ୍ଠା ଦିବସ ସମାରୋହରେ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା । ସଭା ବିଳମ୍ବ ହେବାରୁ ଆସିଥିବା ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ବିଳମ୍ବ ହେବାରୁ ଖାଦ୍ୟ ବିତରଣ ଷ୍ଟଲରେ ଠେଲା ପେଲା ହୋଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.