ETV Bharat / state

14ବର୍ଷ ଧରି ଓଡିଶା ପାଇଁ ରଣନୀତି ପ୍ରସ୍ତୁତରେ ବିଫଳ ହେଉଛି ବିଜେପି: ବିଜେଡି

author img

By

Published : Jan 18, 2023, 10:24 PM IST

ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ଓଡିଶା ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଉଛି । ଓଡିଶାର ଗରିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ଅଟକାଇବା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳକୁ ବନ୍ଦ କରିବା ହେଉ । ଅଧିକ ପଢନ୍ତୁ

ଚଉଦ ବର୍ଷ ଧରି ଓଡିଶା ପାଇଁ ରଣନୀତି ପ୍ରସ୍ତୁତରେ ବିଫଳ ହେଉଛି ବିଜେପି : ବିଜେଡି
ଚଉଦ ବର୍ଷ ଧରି ଓଡିଶା ପାଇଁ ରଣନୀତି ପ୍ରସ୍ତୁତରେ ବିଫଳ ହେଉଛି ବିଜେପି : ବିଜେଡି

ଚଉଦ ବର୍ଷ ଧରି ଓଡିଶା ପାଇଁ ରଣନୀତି ପ୍ରସ୍ତୁତରେ ବିଫଳ ହେଉଛି ବିଜେପି : ବିଜେଡି

ଭୁବନେଶ୍ବର: ଗତ ୧୪ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ଓଡିଶା ପାଇଁ ରଣନୀତି ବିଷୟରେ କହୁଛି ଏବଂ ଏଥିରେ ବିଫଳ ହେଉଛି । ଓଡିଶା ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ଷମତା ଏବଂ ରାଜନୀତି । ଓଡିଶାବାସୀଙ୍କ ପାଇଁ କାମ କରିବା କିମ୍ବା ଲୋକଙ୍କ ସମସ୍ୟାର ସମାଧାନ କରିବା ଏହାର ଉଦ୍ଦେଶ୍ୟ ନୁହେଁ । ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ଓଡିଶା ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଉଛି । ଓଡିଶାର ଗରିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ଅଟକାଇବା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳକୁ ବନ୍ଦ କରିବା ହେଉ । ଓଡିଶା ବିଜେପି ଏବଂ ସେମାନଙ୍କ ନେତାମାନେ କେନ୍ଦ୍ରରେ ନିଜର ନେତୃତ୍ୱ ଆଗରେ ଓଡିଶାର ଲୋକଙ୍କ ଅଧିକାର ପାଇଁ କେବେହେଲେ ଲଢେଇ କରନ୍ତି ନାହିଁ । ଓଡ଼ିଶାର ଗରିବଙ୍କ ପ୍ରତି ରାଜ୍ୟ ବିଜେପିର ଅବହେଳା ବିଷୟରେ ଓଡିଶାବାସୀ ଭଲଭାବେ ଅବଗତ ଅଛନ୍ତି ।

ତେଣୁ ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନରେ ସେମାନଙ୍କୁ କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଓଡିଶାର ଲୋକମାନେ ଗରିବ ବିରୋଧୀ, ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ଲେନିନ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.