ETV Bharat / state

ଢିଙ୍କିଆରେ JSW ବିରୋଧୀ ଆନ୍ଦୋଳନକୁ ଆର୍ଥିକ ପ୍ରୋତ୍ସାହନ, ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

author img

By

Published : May 4, 2022, 7:21 PM IST

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଅଞ୍ଚଳରେ JSW ବିରୋଧୀ ଆନ୍ଦୋଳନକୁ ଚଳାଇବା ପାଇଁ 180 ଜଣ ଗ୍ରାମବାସୀଙ୍କୁ ଜଣକା 1250 ଟଙ୍କା ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶିଳ୍ପ ସପକ୍ଷବାଦୀ ନେତା ନିର୍ଭୟ ସାମନ୍ତରାୟ । ଅଧିକ ପଢନ୍ତୁ

ଢିଙ୍କିଆରେ JSW ବିରୋଧୀ ଆନ୍ଦୋଳନକୁ ଆର୍ଥିକ ପ୍ରୋତ୍ସାହନ,  ନିଜ ଆଡୁ ମାମଲା ରୁଜୁ କଲା ପୋଲିସ
ଢିଙ୍କିଆରେ JSW ବିରୋଧୀ ଆନ୍ଦୋଳନକୁ ଆର୍ଥିକ ପ୍ରୋତ୍ସାହନ, ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

ଜଗତସିଂପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଅଞ୍ଚଳରେ ଜେଏସଡବ୍ଲ୍ୟୁ (JSW) ବିରୋଧୀ ଆନ୍ଦୋଳନକୁ ଚଳାଇବା ପାଇଁ 180 ଜଣ ଗ୍ରାମବାସୀଙ୍କୁ ଜଣକା 1250 ଟଙ୍କା ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶିଳ୍ପ ସପକ୍ଷବାଦୀ ନେତା ନିର୍ଭୟ ସାମନ୍ତରାୟ । ଏହାକୁ ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ।

ଢିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେଉଥିବା ସମୟରେ JSW ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଗ୍ରାମବାସୀ ଶିଳ୍ପକୁ ବିରୋଧ କରିବା ସହ ଗ୍ରାମକୁ ଜଗି ରହିଥିଲେ । ଏହି ସମୟରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ସେ ସମୟରେ ଆସି ଗ୍ରାମର 180 ଜଣଙ୍କ ଠାରୁ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ବହି ନେଇ ସେମାନଙ୍କ ଆକାଉଣ୍ଟକୁ 12 ଶହ 50 ଟଙ୍କା ଲେଖାଏଁ ପଠାଇଥିବା ଗ୍ରାମବାସୀମାନେ କହିଛନ୍ତି । ଟଙ୍କା ପଠାଇଥିବା ସଂସ୍ଥା ଦିଲ୍ଲୀର ଏକ ସଂଗଠନ ବୋଲି ଚର୍ଚ୍ଚା ହେଉଛି । ଗ୍ରାମବାସୀଙ୍କୁ କିଏ କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଲା ତାହା ଗ୍ରାମବାସୀ ମାନେ ଜାଣିନଥିବା କହିଛନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଢିଙ୍କିଆରେ JSW ବିରୋଧୀ ଆନ୍ଦୋଳନକୁ ଆର୍ଥିକ ପ୍ରୋତ୍ସାହନ, ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

ଆନ୍ଦୋଳନକୁ ତୀବ୍ର କରିବାକୁ ଏହା ଆର୍ଥିକ ପ୍ରୋତ୍ସାହନ ନାଁ ପାନ ବରଜ ଭାଙ୍ଗିବା ପରେ ଜୀବିକା ହରାଇଥିବା ଲୋକଙ୍କୁ ଏହା ସହାୟତା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏହି ଘଟଣା ସାମ୍ନା କୁ ଆସିବା ପରେ ଅଭୟଚାନ୍ଦ ପୁର ଥାନ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "ଦିଲ୍ଲୀର ଏକ ସାମାଜିକ ସଂଗଠନ ‘ଏନଭାରନିକ୍ସ ଟ୍ରଷ୍ଟ’ ପକ୍ଷରୁ ୟୁକୋ ବ୍ୟାଙ୍କ ମାଧ୍ୟମରେ ଏହି ଅର୍ଥ ଆସିଛି । ତେବେ ଏହାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଅଭୟଚାନ୍ଦପୁର ଥାନ ଅଧିକାରୀ ଜୀବନ ନନ୍ଦ ଜେନା କହିଛନ୍ତି ।"

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.