ଯୋଗୀ ବିଷ୍ଣୁ: ବୟସ 85, ତଥାପି ଥକିନି ପାଦ

author img

By

Published : Sep 17, 2021, 2:51 PM IST

ପରମ୍ପରାପ୍ରେମୀ ବିଷ୍ଣୁ: ବୟସ 85 ଛୁଇଁଲାଣି, ତଥାପି ଥକିନି ପାଦ

ପରିଣତ ବୟସରେ ମଧ୍ୟ ଥକି ପଡିନି ତାଙ୍କ ପାଦ । ଓଡ଼ିଆ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଯୋଗୀ ପରମ୍ପରାକୁ ଆଦରିଛନ୍ତି ଜଗତସିଂହପୁର ଖମଙ୍ଗ ଗ୍ରାମର ଏହି ବୃଦ୍ଧ ବିଷ୍ଣୁନାଥ । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ଖମଙ୍ଗ ଗ୍ରାମର ୮୫ ବର୍ଷର ବୃଦ୍ଧ ବିଷ୍ଣୁନାଥ । ପରିଣତ ବୟରେ ମଧ୍ୟ ଥକି ପଡିନାହିଁ ତାଙ୍କ ପାଦ । ଆଜି ବି ସେ ଏ ଗାଁରୁ ସେ ଗାଁକୁ ବୁଲି ପ୍ରତ୍ୟେକଙ୍କ ଦ୍ବାରରେ ଭଜୁକିନା ରାମ ନାମରେ କୁମର ଜପୁକିନା ରାମ ନାମ ସଙ୍ଗୀତ ଗାନ କରୁଛନ୍ତି । ଓଡ଼ିଆର ଯୋଗୀ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପରିଣତ ବୟସରେ ସେ ଚେଷ୍ଟା ଜାରି ରଖିବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି ।

ପରମ୍ପରାପ୍ରେମୀ ବିଷ୍ଣୁ: ବୟସ 85 ଛୁଇଁଲାଣି, ତଥାପି ଥକିନି ପାଦ

ଖମଙ୍ଗ ଗ୍ରାମର ବିଷ୍ଣୁଙ୍କର, ସ୍ତ୍ରୀ ଓ ଗୋଟିଏ ପୁଅକୁ ନେଇ ସୁଖର ପରିବାର । ବିଷ୍ଣୁଙ୍କ ବାପା ପୂର୍ବରୁ ଏହି କାର୍ଯ୍ୟ କରୁଥିବାର ଦେଖି, ବିଷ୍ଣୁ ମଧ୍ୟ ସେହି ବୃତ୍ତିକୁ ଆଦରି ନେଇଥିଲେ। ଏହାରି ମଧ୍ୟରେ 70 ବର୍ଷ ବିତିଯାଇଛି । ବିଷ୍ଣୁ ଗାଁ ଗାଁରେ ବୁଲି ଗୀତ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ଲୋକଙ୍କ ଦ୍ବାରା ସାମାନ୍ୟ ଅର୍ଥରେ ଆଜି ବି ପରିବାର ପ୍ରତିପୋଷଣ କରୁଛନ୍ତି ।

ଆଧୁନିକତାର ସ୍ପର୍ଶରେ ଅନେକ ଏହି କୌଳିକ ବୃତ୍ତିକୁ ଛାଡି ସାରିଲେଣି । ତଥାପି ବିଷ୍ଣୁଙ୍କ ଭଳି ଅନେକ ବ୍ୟକ୍ତି ଏହି ପରମ୍ପରାକୁ ଛାଡି ପାରୁନାହାଁନ୍ତି । ଆଜି ବି ଏହି ଗାଁକୁ ଯୋଗୀଟିଏ ଆସିଲେ, ଲୋକେ ଯୋଗୀ ଥାଳରେ ଚାଉଳ ଓ ପନିପରିବା ଦାନ କରିଥାନ୍ତି । ଯୋଗୀ ଥାଳରେ ଦେଲେ ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି । ପୂର୍ବରୁ ଶତାଧିକ ଯୋଗୀ ସମ୍ପ୍ରଦାୟର ଲୋକଙ୍କ ଏହା କୌଳିକ ବୃତ୍ତି ଥିଲା ।

କିନ୍ତୁ ବର୍ତ୍ତମାନ ଯୁବଗୋଷ୍ଠୀ ଏହି ବୃତ୍ତିକୁ ଆସିବାକୁ ପସନ୍ଦ କରୁ ନାହାଁନ୍ତି । ଫଳରେ ଏହି ପରମ୍ପରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଆଉ କିଛି ବର୍ଷ ପରେ ଯୋଗୀ ପରମ୍ପରା ବୁଡିଯିବ ଏଥିରେ ସନ୍ଦେହ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.