ହଂସୁଆ ନଦୀରେ ୨୦ ଫୁଟର ଘାଇ, ୫ ପଞ୍ଚାୟତର 15ଟି ଗାଁ ପ୍ରଭାବିତ

author img

By

Published : Sep 21, 2021, 7:04 PM IST

ହଂସୁଆ ନଦୀରେ ୨୦ ଫୁଟର ଘାଇ, ୫ ପଞ୍ଚାୟତର 15ଟି ଗାଁ ପ୍ରଭାବିତ

ମହାନଦୀରେ ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ ହଂସୁଆ ନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ୫ ପଞ୍ଚାୟତର ୧୫ଟି ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ୍ୟ ଏରସମାବାସୀଙ୍କ ଦୁର୍ଦ୍ଦଶା ପିଛା ଛାଡ଼ୁନି । ଏରସମା ଦେଇ ପ୍ରବାହିତ ହଂସୁଆ ନଦୀର ଅଣଖିଆ ନିକଟରେ ଆଜି(ମଙ୍ଗଳବାର) ଏକ 20 ଫୁଟର ଘାଇ ହେବା ଦ୍ବାରା ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଏବେ ଜଳାର୍ଣ୍ଣବ ହୋଇଥିବା ସୂଚନା ମିଳିଛି ।

ହଂସୁଆ ନଦୀରେ ୨୦ ଫୁଟର ଘାଇ, ୫ ପଞ୍ଚାୟତର 15ଟି ଗାଁ ପ୍ରଭାବିତ

ସ୍ଥାନୀୟ ଅଞ୍ଚଳର ଷୋମପୁର, ପାଇଦା, ଜିରାଇଲୋ ଆଦି ଗ୍ରାମରେ ପାଣି ପଶିଛି । ଗତ 5ଦିନ ତଳେ ହଂସୁଆ ନଦୀର ଏହି ଠାରେ ଘଳିଆ ପଡିଥିବା ଗ୍ରାମବାସୀମାନେ ଦେଖିଥିଲେ। ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଘଳିଆ ମରାମତି ହୋଇଥିଲା । କିନ୍ତୁ ଆଜି ସେହିଠାରେ ଘାଇ ସୃଷ୍ଟି ହେବାରୁ ଅନେକ ଗାଁ ଜଳାର୍ଣ୍ଣବ ହୋଇଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ସ୍ଥାନୀୟ ଲୋକେ ଘାଇ ସ୍ଥାନରେ ବାଉଁଶ ପୋତି ବାଲି ବସ୍ତା ପକାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ବିରିଡି଼, ନାଉଗାଁ ଆଦି ବ୍ଲକରୁ ଜୋର ପାଣିଗୁଡିକ ଏହି ହଂସୁଆ ନଦୀ ଦେଇ ସମୁଦ୍ରକୁ ଯାଇଥାଏ । ଚଳିତ ବର୍ଷ ପ୍ରବଳ ବର୍ଷା ସାଙ୍ଗକୁ ନଦୀପଥ ସଂକୀର୍ଣ୍ଣ ହୋଇଯାଇଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ଜନବସତି ମୁହାଁ ହୋଇଛି ବନ୍ୟାଜଳ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.