ETV Bharat / state

ଲାଞ୍ଚ ନେଇ ଧରାପଡିଲେ ଜେଇ, ଗିରଫ କଲା ଭିଜିଲାନ୍ସ

author img

By ETV Bharat Odisha Team

Published : Nov 3, 2023, 7:38 AM IST

vigilance arrested lady junior engineer
vigilance arrested lady junior engineer

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଧରାପଡିଲେ ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ । ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ(ଜେଇ) ସାଗରିକା ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ଅଭିଯୋଗକାରୀଙ୍କ ପୈତୃକ ଘରର ପ୍ଳାନ ଅନୁମୋଦନ ପାଇଁ ସେ ଲାଞ୍ଚ ନେଉଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସୂଚନା ଦିଆଯାଇଛି ।

କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ଅଭିଯୋଗକାରୀଙ୍କ ପୈତୃକ ଘରର ପ୍ଳାନ ଅନୁମୋଦନ ପାଇଁ ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗୁରୁବାର ଦିନ ଅଭିଯୋଗକାରୀ ଜଣଙ୍କ କନିଷ୍ଠ ଯନ୍ତ୍ରୀଙ୍କୁ ଲାଞ୍ଚ ଦେଉଥିବା ବେଳେ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହାକୁ ନେଇ ସବୁଠି ଶପଥ ପାଠ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଗତ ଅକ୍ଟୋବର 18 ତାରିଖରେ ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଜଣେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୋଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିଲେ । ପ୍ରସନ୍ନ ପାଣିଙ୍କ ଅନୁଗୋଳ ସ୍ଥିତ ବାସଭବନ, ଅଫିସ ସମେତ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା ।

ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2023 ଅକ୍ଟୋବର 30 ତାରିଖରୁ ଆରମ୍ଭ ହୋଇଛି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ବାନ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.