ETV Bharat / state

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

author img

By ETV Bharat Odisha Team

Published : Oct 18, 2023, 12:00 PM IST

Updated : Oct 18, 2023, 4:58 PM IST

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଇ
ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଇ

ଅନୁଗୋଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଇ

ଅନୁଗୋଳ/ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୋଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ରେଡ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରୁଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁଗୋଳ ସ୍ଥିତ ବାସଭବନ, ଅଫିସ ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି ।

ତେବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ପୃକ୍ତ JE ଘର ଅଫିସ ସମେତ 9ଟି ସ୍ଥାନରେ ୧୦ଟି ଟିମ ସହ ରେଡ୍‌ କରୁଛି ଭିଜିଲାନ୍ସ । ସୁନ୍ଦରପଦା ଏବାରଙ୍ଗରେ ପ୍ଲଟ୍‌ ନମ୍ବର ୩୬୬ ଓ ୩୬୭ ରେ ଚଢ଼ାଉ ହୋଇଛି । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ବି ରେଡ୍ ହୋଇଛି । ଏହାସହ ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ନମ୍ବର B/4ରେ ମଧ୍ୟ ରେଡ଼ ଚାଲିଛି । ବ୍ୟବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସ କରୁଛି ଭିଜିଲାନ୍ସ । ତେବେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ସେହିପରି ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ଯ ପଢନ୍ତୁ...କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ

ଅନ୍ୟପଟେ ଭୁବନେଶ୍ୱର, ଅନୁଗୋଳ ଓ ପୁରୀରେ ରହିଛି ୫ଟି କୋଠା । ଯେଉଁଥିରେ ଭୁବନେଶ୍ୱରରେ‌ ରହିଛି ତିନୋଟି ତିନିମହଲା ବିଶିଷ୍ଟ ଘର । ଏରବଙ୍ଗ ସୁନ୍ଦରପଦାରେ ତିନି ମହଲା କୋଠା ଦୁଇଟି ପ୍ଲଟରେ ଠାବ ହୋଇଥିବା ବେଳେ ଫ୍ରେଣ୍ଡସ କ୍ଲବ ନିକଟରେ ମଧ୍ୟ ଠାବ ଯୋଇଛି ଆଉ ଏକ କୋଠା । ପୁରୀ, ନିମାପଡା, ଓ ଅମଲା ପଡ଼ାରେ ମଧ୍ୟ ଠାବ ହୋଇଛି ତିନିମହଲା କୋଠା । ଯାହାକୁ ନେଇ ତନାଘନା ଚଳାଇଛି ଭିଜିଲାନ୍ସ ଟିମ୍ । ୯ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୬ ଡିଏସପି, ୬ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ।

ତେବେ ରେଡ ବେଳେ ସବୁଠୁ ଆଶ୍ଚର୍ଯ୍ୟ ହୋଇଛନ୍ତି ୧୭ଟି ପ୍ଲଟର ସୁରାକ ପାଇଛି ଭିଜିଲାନ୍ସ ଟିମ୍ । କେବଳ ଭୁବନେଶ୍ଵରରେ ୫ଟି ପ୍ଲଟ ସହ ଅନ୍ୟ ସ୍ଥାନରେ ଥିବା ପ୍ଲଟକୁ ମିଶାଇ ୧୭ଟି ପ୍ଲଟ ଠାବ କରିସାରିଛି ଟିମ୍ । ଏଥିସହ ନଗଦ ଅର୍ଥରାଶି 3ଲକ୍ଷ 21 ହଜାର ଟଙ୍କା ଜବତ ସହ ୫୧ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଅନୁଗୋଳ ଓ ଭୁବନେଶ୍ବର

Last Updated :Oct 18, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.