ETV Bharat / state

କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ

author img

By ETV Bharat Odisha Team

Published : Oct 1, 2023, 8:33 PM IST

କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । 5ଟି ସ୍ଥାନରେ ଚଢାଉ ପରେ ଭିଜିଲାନ୍ସ ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଅଧିକ ପଢନ୍ତୁ

commandant sunil behera arrested
କମାଣ୍ଡାଣ୍ଟ ସୁନିଲ ବେହେରା ଗିରଫ

କମାଣ୍ଡାଣ୍ଟ ସୁନିଲ ବେହେରା ଗିରଫ

କଟକ: କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ସୁନିଲ ଅନେକ ବ୍ୟକ୍ତିଙ୍କ ଠାରୁ ବେଆଇନ ଉପାୟରେ ଟଙ୍କା ନେଉଥିବାର ଅଭିଯୋଗ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ସୁନିଲଙ୍କ ସରକାରୀ କ୍ବାଟର୍ସ, କାର୍ଯ୍ୟାଳୟ ସହ 5ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ତେବେ ସୁନୀଲଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ସୁନୀଲ କୁମାର ବେହେରା ହେଉଛନ୍ତି ଢେଙ୍କାନାଳ ଓଏସଏପି 1 ବାଟାଲିୟନର କମାଣ୍ଡାଣ୍ଟ । ସୁନୀଲ ବିଭିନ୍ନ ବ୍ୟକ୍ତି ମାନଙ୍କଠାରୁ ବେଆଇନ ଉପାୟରେ ଟଙ୍କା ନେଉଥିବାର ଭିଜିଲାନ୍ନ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀଙ୍କ ବୟାନକୁ ଭିତ୍ତି କରି ଭିଜିଲାନ୍ସ ଆକ୍ସନ ମୋଡକୁ ଆସିଥିଲା । ଶନିବାର କଟକ ମଧୁସୂଦନ ସେତୁ ନିକଟରୁ ସୁନିଲଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଢେଙ୍କାନାଳରୁ କଟକ ବାସଭବନକୁ ଫେରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ଏହା ବି ପଢନ୍ତୁ...ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ

ଏହା ବି ପଢନ୍ତୁ...Vigilance Raid: ପନ୍ଦର ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କିରାଣୀ

ଗିରଫ କରିବା ସମୟରେ ତାଙ୍କ ନିକଟରୁ 1 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଏହି ଟଙ୍କା ସମ୍ପର୍କରେ ପଚରା ଯିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୁନିଲ । ଏହାପରେ ସୁନିଲଙ୍କ ବାସଭବନ ସମେତ 5ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଥିଲା । ସେ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରଖିଥିବା ଚଢାଉ ସମୟରେ ଜଣାପଡିଛି । ତେବେ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା କହିଛନ୍ତି ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ ।

ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ କହିଛନ୍ତି, "ଏହି ଘଟଣାରେ ସୁନିଲ କାହାର ସାହାଯ୍ୟ ନେଉଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ।" ଏତେ ପରିମାଣର ଟଙ୍କା ଗଚ୍ଛିତ ରଖିବା ପଛର କାରଣ ତଦନ୍ତ ସାପେକ୍ଷ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭିଜିଲାନ୍ସ କଟକ ସେଲ୍ ଏସପି । ସିଡିଏ ସେକ୍ଟର 11 ସ୍ଥିତ ବାସଭବନରେ ଚଢାଉ ବେଳେ 8 ଲକ୍ଷ 70 ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ଜଣାପଡିଛି । ତେବେ ସୁନିଲଙ୍କର ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ଜଣାପଡିଛି ।



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.