ETV Bharat / state

ଅପରାଧ ଟ୍ରେଣ୍ଡରେ ସର୍ପ ଷଡଯନ୍ତ୍ର

author img

By ETV Bharat Odisha Team

Published : Nov 25, 2023, 7:55 PM IST

murder by snake bite cases
ଅପରାଧ ପାଇଁ ସାପ ସୁପାରୀ

ଅପରାଧରେ ବ୍ୟବହାର ହେଉଛି ବିଷାକ୍ତ ସାପ । ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ସାପ ଦ୍ବାରା ସ୍ତ୍ରୀ ଓ ଝିଅର ହତ୍ୟା କରିଛି ଅଭିଯୁକ୍ତ । ପୂର୍ବରୁ ମଧ୍ୟ ଗଞ୍ଜାମରେ ଏଭଳି ଘଟଣା ଘଟିଥିବାବେଳେ ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି ।

ଅପରାଧ ପାଇଁ ସାପ ସୁପାରୀ

ବ୍ରହ୍ମପୁର: ଅପରାଧ କରିବା ପାଇଁ ବ୍ୟବହାର ହେଉଛି ବିଷାକ୍ତ ସର୍ପ । ବିଷାକ୍ତ ସାପ ଦଂଶନ କରାଯାଇ ନିଜର ପତ୍ନୀ ଓ ଝିଅଙ୍କୁ ହତ୍ୟା କରିଛି ଅଭିଯୁକ୍ତ। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ପାରିବାରିକ ବିବାଦରୁ ପତ୍ନୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ କେ. ଗଣେଶ ପାତ୍ର । ସେମାନେ ନୀରିହ ଶିଶୁ କନ୍ୟା । ଘର ଭିତରେ ସାପ ଛାଡି ଉଭୟ ଝିଅ ଏବଂ ପତ୍ନୀ ବାସନ୍ତୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ । ଏନେଇ ବାସନ୍ତୀଙ୍କ ବାପଘରଲୋକେ ଥାନାରେ ଅଭିଯୋଗ କରିବା ପରେ ଗଣେଶକୁ ବାନ୍ଧିଛି ପୋଲିସ । ସାପ ଧରାଳିଙ୍କଠାରୁ ସାପ ନେଇ ଏପରି କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ତେବେ ଏଭଳି ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ ।


ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଥିବାର ନଜିର ରହିଛି । ଗତ 2012 ମସିହାରେ ବ୍ରହ୍ମପୁର ସହରର ଜଣେ ବୃଦ୍ଧାଙ୍କୁ ଇଂଜେକସନ୍ ମାଧ୍ୟମରେ ନାଗ ସାପ ବିଷ ହତ୍ୟା କରାଯାଇଥିଲା । ଯେଉଁଥିରେ ପୋଲିସ ଜୟନ୍ତୀଙ୍କର ପୁଅ ବିଶ୍ୱଜିତ ସମେତ ସେହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ତ୍ରିନାଥ ବେହେରା ଓ ସହଯୋଗୀ ଗୋପାଳ ପ୍ରଧାନ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ହେଲେ ଏପରି ଘଟଣା ବାରମ୍ୱାର ଘଟୁଥିବା ଯୋଗୁଁ "ଏନେଇ ଅଧିକ ସଚେତନ ହେବା ସହିତ ୱାଇଲଡ ଲାଇଫ ଆକ୍ଟକୁ ନେଇ ସମସ୍ତେ ସତର୍କ ହେବା ଆବଶ୍ୟକ ଏବଂ ଏପରି ଅପରାଧିକ କାର୍ଯ୍ୟରେ ବନ୍ୟଜନ୍ତୁକୁ ବ୍ୟବହାର ନକରିବାକୁ ପରମର୍ଶ ଦେଇଛନ୍ତି ବ୍ରହ୍ମପୁରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ସଞ୍ଜୟ କୁମାର ସ୍ୱାଇଁ ।


ଏହା ବି ପଢନ୍ତୁ...ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ଏନେଇ ବରିଷ୍ଠ ଆଇନଜୀବୀ କହିଛନ୍ତି, "ଅପରାଧ ଘଟାଇବା ପାଇଁ ଅପରାଧୀମାନେ ଭିନ୍ନ ଭିନ୍ନ ତରିକାରେ ବନ୍ୟଜନ୍ତୁକୁ ବ୍ୟବହାର କରୁଛନ୍ତି । ଏଥିରେ ଗିରଫ ଅଭିଯୁକ୍ତକୁ କେବଳ ପୋଲିସ ଗିରଫ କରିବା ସମୟରେ କେବଳ ଭାରତୀୟ ପିଙ୍ଗଳ କୋର୍ଟର ଧାରା ନଲଗାଇ ସେଥିରେ ବନ୍ୟପ୍ରାଣୀ ଆଇନକୁ ମଧ୍ୟ ସାମିଲ କରାଇଲେ ଅପରାଧି ଏପରି ବନ୍ୟଜନ୍ତୁଙ୍କୁ ନେଇ ଖେଳ ଖେଳିବାକୁ ଭୟ କରିବେ । "ଗଞ୍ଜାମ ଜିଲ୍ଲାର ୨ଟି ଘଟଣା ସମେତ ରାଜ୍ୟର ନୟାଗଡ ଏବଂ କେରଳରେ ଏପରି ଘଟଣା ଘଟିଛି । ଯାହାକି ଅତ୍ୟନ୍ତ ଚିନ୍ତାଜନକ " ବୋଲି କହିଛନ୍ତି ସେକ୍ ହେଲପ୍ ଲାଇନର ରାଜ୍ୟ ସାଧାରଣ ସମ୍ପାଦକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.