ETV Bharat / state

ଅବକାରୀ ବିଭାଗର ଚଢାଉ ଜାରି: 2610 ଲିଟର ଦେଶୀ ମଦ ସମେତ 15 ଗିରଫ

author img

By

Published : Jun 22, 2021, 8:02 PM IST

ଅବକାରୀ ବିଭାଗର ଚଢାଉ ଜାରି: 2610 ଲିଟର ଦେଶୀ ମଦ ସମେତ 15 ଗିରଫ
ଅବକାରୀ ବିଭାଗର ଚଢାଉ ଜାରି: 2610 ଲିଟର ଦେଶୀ ମଦ ସମେତ 15 ଗିରଫ

କୋରୋନା ମହାମାରୀ ସମୟରେ ଚାଲିଛି ବେଧଡକ ଦେଶୀ ମଦ କାରବାର । ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଦେଶୀ ମଦ ସହ 15 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଭଞ୍ଜନଗର: କୋରୋନା ମହାମାରୀ ସମୟରେ ସାରାଦେଶ କୋରୋନାକୁ ମାତ୍ ଦେବାକୁ ଲଢ଼େଇ ଜାରି ରଖିଥିବାବେଳେ ଚୋରା ଦେଶୀ ମଦ କାରବାର ଥମିବାର ନାଁ ନେଉନାହିଁ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ମହିଳା ସମେତ 15 ଗିରଫ । ସେପଟେ 2610 ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବାବେଳେ 17340 ଲିଟର ପୋଚ୍ ନଷ୍ଟ ହେବାସହ ମଦ ରନ୍ଧା ସରଞ୍ଜାମ ଜବତ କରିଛି ।

ଅବକାରୀ ବିଭାଗର ଚଢାଉ ଜାରି: 2610 ଲିଟର ଦେଶୀ ମଦ ସମେତ 15 ଗିରଫ

ସୂଚନାନୁସାରେ ସୋରଡ଼ା ଅଞ୍ଚଳର ମଠଖାଲ, ଲାଠିପଡ଼ା, ବଡ଼ ପାଣ ସାହି, ସାନ ପାଣ ସାହି, କପା ଖାଲ, ବାଦୁଆ, ମଝିପଲ୍ଲୀ, ଗୁଡ଼ି ଢ଼େପ କେନ୍ଦୁପଲ୍ଲୀ ଆଦି ଗ୍ରାମ ଗୁଡିକରେ ଅବକାରୀ ଓ ପୋଲିସ ବିଭାଗ ମିଳିତ ଚଢ଼ାଉ କରି 18 ଗୋଟି କେଶ ରୁଜୁ କରିଥିବାବେଳେ 15 ଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.