ETV Bharat / state

ଭୀମସାର ମେଡ଼ିକାଲ ଛାତ୍ରଙ୍କ ଦୌରତ୍ମ୍ୟ, ବ୍ରହ୍ମପୁର MKCG ଛାତ୍ରଙ୍କ ଉପରେ ଆକ୍ରମଣ କଲେ VIMSAR ଛାତ୍ର

author img

By

Published : Jul 4, 2023, 7:37 PM IST

Updated : Jul 4, 2023, 8:43 PM IST

student tussle in burla VIMSAR
ବୁର୍ଲା ଭୀମସାରରେ ଛାତ୍ର ଉତ୍ତେଜନା

ସମ୍ବଲପୁର ବୁର୍ଲା ଭୀମସାରରେ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଦୌରତ୍ମ୍ୟ । କଲେଜରେ ଆୟୋଜିତ ୟୁରୋଫିଆ କାର୍ଯ୍ୟକ୍ରମ ବେଳେ ଯୋଗ ଦେବାକୁ ଯାଇଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କଲେ ଭୀମସାର ଛାତ୍ର । ଅଧିକ ପଢ଼ନ୍ତୁ

ବୁର୍ଲା ଭୀମସାରରେ ଛାତ୍ର ଉତ୍ତେଜନା

ବ୍ରହ୍ମପୁର: ପୁଣି ଅଶାନ୍ତ ଭୀମସାର । ବୁର୍ଲା ଭୀମସାରରେ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଦୌରତ୍ମ୍ୟ ଦେଖିବାକୁ ମିଳିଛି । କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କଲେ ଭୀମସାର ଛାତ୍ର । ଏହି ଘଟଣାରେ ୯ ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଛାତ୍ର ବିଜେଡି

ସୂଚନା ଅନୁଯାୟୀ, ବୁର୍ଲା ଭୀମସାର ମେଡ଼ିକାଲ କଲେଜରେ ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ 'ଇଉଫୋରିଆ 'କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ କଲେଜର ୫୦ ଜଣ ବିଦ୍ୟାର୍ଥୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଅପରାହ୍ନରେ ହଠାତ୍ କୌଣସି କାରଣକୁ କେନ୍ଦ୍ର କରି ଭୀମସାର ବିଦ୍ୟାର୍ଥୀମାନେ ଏମ.କେ.ସି.ଜି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କୁ ମାଡ଼ ମାରିବ ସହ ସମେନଙ୍କ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଛନ୍ତି । ଏପରିକି ସେମାନେ ଆସିଥିବା ବସକୁ ପଥର ମାରି କାଚ ଭାଙ୍ଗି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଭୀମସାରରେ ରାଗିଂ ଘଟଣା, 18 ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନ

ଏହା ମଧ୍ୟ ପଢ଼ନ୍ତୁ: ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା,ଦୁଇ ଛାତ୍ରଗୋଷ୍ଠୀ ମୁହାମୁହିଁ

ବସରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ମୁହଁରେ ମାରି ଚାରିଆଡ଼େ ସ୍ପ୍ରେ କରିଛନ୍ତି । ଏହି ଆକ୍ରମଣରେ ଏମ.କେ.ସି.ଜିର ୯ ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲ କଲେଜର ଆଇସିୟୁରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରର ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ସମ୍ପର୍କରେ ଏମ.କେ.ସି.ଜି ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ସମ୍ବଲପୁର ବୁର୍ଲା ମେଡ଼ିକାଲ କଲେଜର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଆକ୍ରମଣର କାରଣ ବର୍ତ୍ତମାନ ସୁ୍ଦ୍ଧା ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଥାଉକି, ପୂର୍ବରୁ ବିଭିନ୍ନ କାରଣକୁ ନେଇ ବୁର୍ଲା ଭୀମସାରରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନେକ ସମୟରେ ଭୀମସାରରେ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆସିଥିବା ବିଦ୍ୟାର୍ଥୀଙ୍କ ପ୍ରତି ଉକ୍ତ କଲେଜ ଛାତ୍ରଙ୍କ ଏଭଳି ମନୋଭାବକୁ ନେଇ ସାଧାରଣରେ ନିନ୍ଦା ପ୍ରକାଶ କରଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jul 4, 2023, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.