ETV Bharat / state

ଚଳଚଞ୍ଚଳ ମା’ ବୁଢୀ ଠାକୁରାଣୀ ପୀଠ, ଚାଲିଛି ନବରାତ୍ରୀ ପୂଜା

author img

By

Published : Oct 1, 2022, 7:23 PM IST

ଚଳଚଞ୍ଚଳ ମା ବୁଢୀ ଠାକୁରାଣୀ ପୀଠ
ଚଳଚଞ୍ଚଳ ମା ବୁଢୀ ଠାକୁରାଣୀ ପୀଠ

ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ରେଶମ ସହର ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀ (Maa Budhi Thakurani Temple) ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏହି ନବରାତ୍ର ପୂଜା ସମୟରେ ପାରମ୍ପରିକ ରୀତିନୀତିରେ ଆୟୋଜିତ ହେଉଛି ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

ବ୍ରହ୍ମପୁର: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତିପୀଠ ଗୁଡିକରେ ୯ଦିନ ଧରି ୯ଟି ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ରେଶମ ସହର ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ ପୀଠରେ ଶାରଦୀୟ ପୂଜା ଅବସରରେ ଚାଲିଛି ମା’ଙ୍କ ନବରାତ୍ର ପୂଜା । ଅନନ୍ୟ ସଂସ୍କୃତି ଓ ପରମ୍ପରା ପାଇଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରେଶମ ସହର ବ୍ରହ୍ମପୁରର ପ୍ରସିଦ୍ଧ ମା’ଙ୍କ ମନ୍ଦିରରେ (Maa Budhi Thakurani Temple) ଚାଲିଛି ଏହି ପୂଜାର୍ଚ୍ଚନା । ପାରମ୍ପାରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଚାଲିଥିବା ବେଳେ ଗତ ଦୁଇ ବର୍ଷ ପରେ ଭକ୍ତ ମାନେ ମାଆଙ୍କୁ ଏଭଳି ସମୟରେ ଦର୍ଶନ କରି ବେଶ ଖୁସି ରହିଥିବା ଦେଖାଯାଇଛି ।

ଚଳଚଞ୍ଚଳ ମା ବୁଢୀ ଠାକୁରାଣୀ ପୀଠ

ରେଶମ ସହର ବ୍ରହ୍ମପୁରର ଆରାଧ୍ୟ ଦେବୀ ହେଉଛନ୍ତି ମା’ ବୁଢୀ ଠାକୁରାଣୀ । ଅନନ୍ୟ ସଂସ୍କୃତି ଓ ପରମ୍ପରା ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଆଶ୍ବୀନ ମାସ ଶୁକ୍ଲ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ମାଙ୍କର ନବରାତ୍ର ପୂଜା ଆୟୋଜିତ ହୋଇଥାଏ । ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ବେଶ ଚଳଚଞ୍ଚଳ ବ୍ରହ୍ମପୁର ସହର । 9 ଦିନ ବ୍ୟାପୀ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ ମାଆ । ଷଷ୍ଠୀରେ ମା କାର୍ତ୍ତାୟିନୀ ବେଶରେ ଦର୍ଶନ ଦେଉଥିବା ଯୋଗୁଁ ବହୁ ଦୂରଦୂରନ୍ତରରୁ ଛୁଟୁଛୁ ଭକ୍ତଙ୍କ ସୁଅ । ଦୀର୍ଘ ୨ ବର୍ଷ ପରେ ମାଙ୍କର କଟକଣା ମୁକ୍ତ ଦର୍ଶନ ପାଉଥିବାରୁ ବେଶ ଖୁସି ଦର୍ଶକ ଏବଂ ଭକ୍ତ ।

ଏହା ମଧ୍ୟ ପଢନ୍ତୁ: ଚଳଚଞ୍ଚଳ ଶକ୍ତିପୀଠ, ବାଳକୁମାରୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା

ଏନେଇ ମନ୍ଦିର ପୂଡକ କହିଛନ୍ତି ଯେ, "ମାଙ୍କର ଶରତକାଳୀନ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ଆଜି ଷଷ୍ଠୀ ପୂଜା ହେଉଛି ମାଙ୍କ ପାଖରେ । ଷଷ୍ଠୀରେ ମା କାର୍ତ୍ତାୟିନୀ ବେଶରେ ଦର୍ଶନ ଦେଉଛନ୍ତି ମା । ଦଶହରା ପର୍ଯ୍ୟନ୍ତ ମାଙ୍କୁ ଦଶଅବତାରରେ ପୂଜା କରାଯାଏ । ବିଗତ ୨ ବର୍ଷ ଧରି ମାଙ୍କ ପୀଠରେ ବିନା ଭକ୍ତରେ ନବରାତ୍ର ପୂଜା କରାଯାଉଥିଲା । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବା କାରଣରୁ ଆମକୁ ବହୁତ ଖୁସି ଲାଗୁଛି । ଭକ୍ତମାନେ ମଧ୍ୟ ଦୂରଦୁରାନ୍ତରରୁ ମାଙ୍କ ଆଶିଷ ଲାଭ କରିବା ପାଇଁ ଆସିଥାନ୍ତି । ଏବର୍ଷ ଭକ୍ତଙ୍କ ଗହଳି ଦେଖାଦେଇଛି । ଭକ୍ତମାନେ କଳସୀ ଦୀପ ଜାଳି ନବରାତ୍ରୀ ପୂଜା ଆରମ୍ଭ କରିଛନ୍ତି ।"



ମାଆଙ୍କ ମହିମା ଅପାର। ଦକ୍ଷିଣ ଓଡିଶାର ଅନେକ ବାସୀନ୍ଦା ମାଆଙ୍କୁ ଇଷ୍ଟ ଦେବୀ ବୋଲି ମାନିଥାନ୍ତି । ମାଙ୍କୁ ଭକ୍ତି ମନରେ ଯିଏ ଯାହା ମାଗେ ମା ତାହା ନିଶ୍ଚୟ ପୁରଣ କରନ୍ତି ବୋଲି ବିଶ୍ବାସ ରହିଛି । ଦକ୍ଷିଣ ଓଡିଶାର ଅନେକ ପରିବାର ସମେତ ବ୍ରହ୍ମପୁର ସହରର ଲୋକେ ମାଆଙ୍କୁ ଇଷ୍ଟ ଦେବୀ ଭାବରେ ପୂଜା କରାଯାଇ ଆସୁଛନ୍ତି । ତତକାଳୀନ ମହୁରୀ ରାଜାଙ୍କ ଶାସନ କାଳରେ ପୋଡଶୀ ରାଜ୍ୟରୁ ଆସିଥିବା ଡେରା ସଂପ୍ରଦାୟର ଲୋକ ମାନେ ମାଆଙ୍କୁ ପୁଜାର୍ଚ୍ଚନା ଆରମ୍ଭ କରିଥିଲେ । ଏହି ନବରାତ୍ର ପୂଜା ସମୟରେ ମାଆଙ୍କୁ ପ୍ରାତଃ ସମୟରୁ ମାଆଙ୍କ ମଙ୍ଗଳଆଳତୀ, ବାଳଭୋଗ, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତୀ ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ବେଳେ ଆଗାମୀ ଦିନରେ ମାଆଙ୍କ ପୀଠରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା ଜାରି ରହିବ ବୋଲି କୁହାଯାଇଛି । ନବରାତ୍ରୀରେ ମାଙ୍କ ପୀଠରେ ଦୀପ ବସାଇ ବହୁତ ଖୁସି ଥିବା କହିଛନ୍ତି ସହରବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.