ବ୍ରହ୍ମପୁରର ବୈଷୟିକ ଶିକ୍ଷାନୁଷ୍ଠାନ NISTର ରୌପ୍ୟ ଜୟନ୍ତୀ ପାଳିତ

author img

By

Published : Sep 21, 2021, 1:59 PM IST

ବ୍ରହ୍ମପୁରର ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟର ରୌପ୍ୟ ଜୟନ୍ତୀ ପାଳନ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ପାଳନ କରିଛି ରୌପ୍ୟ ଜୟନ୍ତୀ । ଭର୍ଚୁଆଲି ଯୋଗଦେଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଏକ ବିଶ୍ବସ୍ତରୀୟ ଅଗ୍ରଣୀ ଗବେଷଣା ସଂସ୍ଥାନ ଭାବରେ ଆଗାମୀ ଦିନରେ ଗଢ଼ିଉଠିବ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିବା ବ୍ରହ୍ମପୁର ସହରର ନିଷ୍ଟ ଶିକ୍ଷାନୁଷ୍ଠାନ । ପୂର୍ବ ଭାରତର ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ଭାବରେ ଗତ ୨୫ ବର୍ଷ ମଧ୍ୟରେ ଅନେକ ସୁନାମ ଆଣିପାରିଛି ଏହି ଶିକ୍ଷାନୁଷ୍ଠାନ । ତେବେ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ପାଳନ କରିଛି ତା'ର ରୌପ୍ୟ ଜୟନ୍ତୀ ।

ବ୍ରହ୍ମପୁରର ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟର ରୌପ୍ୟ ଜୟନ୍ତୀ ପାଳନ

ରାଜ୍ୟରେ ୧୯୯୬ ମସିହା ଠାରୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଜର ଉଦ୍ୟମ ଜାରି ରଖିଥିବା ଶିକ୍ଷାନୁଷ୍ଠାନ ପାଳନ କରିଛି ତାର ରୌପ୍ୟ ଜୟନ୍ତୀ ସମାରୋହ । ଯାହାକୁ ନେଇ ଇତି ମଧ୍ୟରେ ଆୟୋଜିତ ତିନି ଦିନିଆ ସମାରୋହ ମଧ୍ୟରେ ରାଜ୍ୟର ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ ପ୍ରଦାନ କରିଛନ୍ତି ଅନେକ ବାର୍ତ୍ତା ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଅନୁଷ୍ଠାନର ଏହି ବିଶେଷ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭବିଷ୍ୟତରେ ଯେଉଁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି ତାହାକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀମାନେ ବର୍ତ୍ତମାନ ଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ବାନ କରିଛନ୍ତି । କୋରୋନାର ପ୍ରଭାବରେ ରାଜ୍ୟ ପଛକୁ ଚାଲି ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଆମେ ପୁଣି ଅଣ୍ଟା ସଳଖି ଛିଡା ହୋଇପାରିବା । ଏଣୁ ଦୁଃଖ ଏବଂ ଖରାପ ସମୟ ଏକ ନୂତନ ଆହ୍ବାନ ବୋଲି ମତ ପ୍ରକାଶ ପାଇଛି ।

ତେବେ ରୌପ୍ୟଜୟନ୍ତୀ ସମାରୋହ ପାଳନ କରିଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିଷ୍ଟ ତାର ଆଗାମୀ ୫ ବର୍ଷ ମଧ୍ୟରେ ନୂଆ କିଛି ଉଦ୍ଭାବନ ପାଇଁ ଲକ୍ଷ୍ୟ ରଖିଛି । ନିଷ୍ଟର ସ୍ବପ୍ନ ସହ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସଫଳତା ଅର୍ଜନ କରୁ ବୋଲି ସଭିଙ୍କ କାମନା ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.