ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ

author img

By

Published : Mar 10, 2021, 8:33 AM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ

ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ଶହ ଶହ ଶ୍ରମିକ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବି । ସ୍ଥାୟୀ ନିଯୁକ୍ତି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ଶହ ଶହ ଶ୍ରମିକ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ

ବାରମ୍ବାର ବିଭିନ୍ନ ଫୋରମରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବି ହୋଇ ଆସୁଥିଲା । ହେଲେ କିଛି ସୁଫଳ ମିଳି ନଥିଲା । ବର୍ଷ ବର୍ଷ ଧରି ବନ୍ଦରରେ କାର୍ଯ୍ୟ କରି ଆସୁଥିବା ଶହ ଶହ ଶ୍ରମିକଙ୍କୁ ଏ ଯାଏଁ ସ୍ଥାୟୀ ନିଯୁକ୍ତି ମିଳିନାହିଁ । ବନ୍ଦରର ପଞ୍ଜିକୃତ ହୋଇଥିବା ବୟସ୍କଧୀନ ଶ୍ରମିକଙ୍କୁ ପ୍ରକୃତ ରାଶି ପ୍ରଦାନ ସହିତ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ଦାବିରେ ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ପକ୍ଷରୁ ଏହି ବିକ୍ଷୋଭ ସହ ବିରାଟ ସମାବେଶ କରାଯାଇଛି ।

ୟୁନିୟନ୍ ସଭାପତି ଚିଙ୍କାରା କୁମାର ବେହେରାଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନକୁ ଏ ନେଇ ଅବଗତ କରାଯାଇ ଆସୁଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ନହେବାରୁ ଶେଷରେ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆନ୍ଦୋଳନକାରୀ । ଏହି ଅବସରରେ ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର କର୍ମକର୍ତ୍ତାମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଗତ କିଛି ମାସ ଧରି ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇ ଆସୁଥିବା ବେଳେ ଏହି ୟୁନିୟନର ପ୍ରାୟ ୨୫ ଶହ ଶ୍ରମିକ ରହିଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉନଥିବା ନେଇ କ୍ଷୋଭ ପ୍ରକାଶ ପାଇଛି । ଏହି ବିକ୍ଷୋଭ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହର ପରିକ୍ରମା କରି ଶହ ଶହ ମହିଳା ଓ ପୁରୁଷମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ । ବାହାରରୁ ଶ୍ରମିକଙ୍କୁ ଆଣି ନିଯୁକ୍ତି ଦିଆଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉନଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଖୁବ୍ ଶୀଘ୍ର ବନ୍ଦର କର୍ତ୍ତୃପକ୍ଷ, ପ୍ରଶାସନ ଏବଂ ୟୁନିୟନ୍ ପକ୍ଷରୁ ଏ ନେଇ ତ୍ରିପାକ୍ଷିକ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୃତି ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.