ETV Bharat / state

୫ଟି ଗାଁ ଦେଖିନି ପକ୍କା ରାସ୍ତା, ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ

author img

By

Published : May 23, 2023, 12:01 PM IST

୫ଟି ଗାଁ ଦେଖିନି ପକ୍କା ରାସ୍ତା
୫ଟି ଗାଁ ଦେଖିନି ପକ୍କା ରାସ୍ତା

'ଇଟିଭି ଭାରତ'ରେ ଖବର ପ୍ରକାଶିତ ପରେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ । ଅଧିକ ପଢନ୍ତୁ

୫ଟି ଗାଁ ଦେଖିନି ପକ୍କା ରାସ୍ତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନାରାୟଣପୁର ପଞ୍ଚାୟତର ଏହି ପାଞ୍ଚ ଖଣ୍ଡ ଗ୍ରାମରେ ପକ୍କା ରାସ୍ତା ଟିଏ ତିଆରି ହୋଇ ପାରିନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହାକୁ ନେଇ 'ଇଟିଭି ଭାରତ' ରେ ଖବର ପ୍ରକାଶିତ ହେବାପରେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାମାଜିକ କର୍ମୀ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାତାୟତ କରିବା ପାଇଁ ରାସ୍ତାଟିଏ ନାହିଁ । ଯାହାକୁ ନେଇ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଆଦିବାସୀ ବହୁଳ ପାଞ୍ଚଖଣ୍ଡ ଗ୍ରାମର ଜନସାଧାରଣ । ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ରାଜଧାନୀ ଭୁବନେଶ୍ୱରକୁ ଗୁହାରି କରିବାକୁ ଯାଇଛନ୍ତି ଗ୍ରାମବାସୀ ହେଲେ କେହି ଶୁଣିନାହାନ୍ତି ।

୫ଟି ଗାଁ ଦେଖିନି ପକ୍କା ରାସ୍ତା
୫ଟି ଗାଁ ଦେଖିନି ପକ୍କା ରାସ୍ତା

ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜୟ ଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତର ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ଏଭଳି ସମସ୍ୟା ମଧ୍ୟରେ ଜୁଝି ହେଉଥିବା ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ପରେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବ୍ରହ୍ମପୁର ସହରର ସାମାଜିକ କର୍ମୀ ରବିନ୍ଦ୍ରନାଥ ମିଶ୍ର ।

ରବିନ୍ଦ୍ର ଏନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜୟ ଲକ୍ଷ୍ମୀ ନାରାୟଣପୁର ପାହଡ଼ଘେରା ଅଞ୍ଚଳର ପାଞ୍ଚଖଣ୍ଡ ଗ୍ରାମର ଜନସାଧାରଣ ବ୍ୟବହାର କରୁଥିବା ମୁଖ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ, ଡାକ ଯୋଜନାରେ ନିର୍ମାଣ କରିବା ନେଇ ଅଭିଯୋଗ କରିଛନ୍ତି । ଏଥିସହ ପାନୀୟ ଜଳର ସୁବିଧା ନ ଥିବା ଯୋଗୁଁ ଗ୍ରାମବାସୀ ଗାଁଠାରୁ କିଛି ଦୂରକୁ ଯାଇ ପାନୀୟ ଜଳ ଆଣୁଛନ୍ତି । ତାହାର ସମାଧାନ କରିବା ସହ ଏହି ପଞ୍ଚାୟତବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସାମାଜିକ କର୍ମୀ ।

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି

ମୁଖ୍ୟତଃ ଏହି ସମସ୍ୟା ଯୋଗୁଁ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମ–ଯଥା ଘାଟିଆମ୍ୱ ଗାଁ, ପିପଳାପଦର, କଣ୍ଡ ଗାଁ, ଆମ୍ୱ ଗାଁ, ଖଜୁରିଆ ଏବଂ ପଦ୍ମପୁର ଭଳି ଆଦିବାସୀ ଗ୍ରାମର ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜର ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ନିକଟକୁ ମାସିକ ଚାଉଳ ଓ ଭତ୍ତା ନେବା ପାଇଁ ଆସୁଛନ୍ତି । କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେମାନଙ୍କୁ ଖଟିଆରେ ବୋହି ହସ୍ପିଟାଲରେ ପହଞ୍ଚାଇବାକୁ ପଡ଼େ । ବର୍ଷା ହେଲେ ଏମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଏ । ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.