ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି

author img

By

Published : May 23, 2023, 8:29 AM IST

MiG 29 additional fuel tank falls in forest area

ଉଡାଣ ସମୟରେ ମିଗ-29 ବିମାନରୁ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି । ଅଧିକ ପଢନ୍ତୁ

କୋଲକାତା: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ । ରୁଟିନ ଟ୍ରେନିଂ ଉଡ଼ାଣ ଭରିଥିବା ବେଳେ ବିମାନରୁ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି । ପଶ୍ଚିମବଙ୍ଗର ମିଡନାପୁର ପଶ୍ଚିମ ଜିଲ୍ଲାର କାଲାଇକୁଣ୍ଡା ଏୟାରବେସ୍ ନିକଟରେ ଥିବା ଏକ ଜଙ୍ଗଲରେ ଇନ୍ଧନ ଟାଙ୍କି ପଡିଯାଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ସୋମବାର ମିଗ-29 ବିମାନ ଟ୍ରେନିଂ ଶେଷ କରିବା ପରେ କାଲାଇକୁଣ୍ଡା ଏୟାରବେସକୁ ଫେରୁଥିଲା । ଏହି ସମୟରେ ଅତିରିକ୍ତ ଇନ୍ଧନ ପରିବହନ ପାଇଁ ବ୍ୟବହୃତ ଭେଣ୍ଟ୍ରାଲ୍ ଡ୍ରପ୍ ଟ୍ୟାଙ୍କ ଖସିଯାଇ ଜଙ୍ଗଲରେ ପଡ଼ିଯାଇଥିଲା । ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏନେଇ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, "କାଲାଇକୁଣ୍ଡା ଏୟାରବେସକୁ ଫେରୁଥିବାବେଳେ ଅତିରିକ୍ତ ଇନ୍ଧନ ପରିବହନ ପାଇଁ ବ୍ୟବହୃତ ଭେଣ୍ଟ୍ରାଲ୍ ଡ୍ରପ୍ ଟାଙ୍କିଟି ବିମାନଠାରୁ ଅଲଗା ହୋଇଯାଇ ଏକ ଜଙ୍ଗଲରେ ପଡ଼ିଯାଇଥିଲା । ପରେ ଅଧିକାରୀଙ୍କ ଦ୍ବାରା ଅତିରିକ୍ତ ଇନ୍ଧନ ଟାଙ୍କିକୁ ଜଙ୍ଗଲରୁ ଉଦ୍ଧାର କରିବା ପରେ ଏହାକୁ କାଲାଇକୁଣ୍ଡା ଏୟାରବେସକୁ ନିଆଯାଇଥିଲା । ତେବେ ହଠାତ କିପରି ଏହା ବହିମାନରୁ ଅଲଗା ହୋଇଗଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଏହା ମଧ୍ୟ ପଢନ୍ତୁ-French National Day: ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ, ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ

ଚଳିତ ବର୍ଷ ଜାନୁଆରୀ ମାସରେ ରାଜସ୍ଥାନର ଭରତପୁରରେ ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିଲା । ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଥିଲା । ସେହିପରି ଗତ 2020ରେ ଭାରତୀୟ ବାୟୁସେନାର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପଞ୍ଜାବର ହୋଶିଆରପୁର ଜିଲ୍ଲା ନିକଟରେ ମିଗ୍-29 ଯୁଦ୍ଧ ବିମାନ ଦୁର୍ଘଟଣା ହୋଇଥିବା ବେଳେ ପାଇଲଟ ସୁରକ୍ଷିତ ସହ ଓହ୍ଲାଇଥିବା ସୂଚନା ମିଳିଥିଲା ।

2019ରେ ଗୋଆରେ ବାୟୁସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ମିଗ-29 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ପକ୍ଷୀ ପିଟି ହେବାରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ପରେ ଏୟାରକ୍ରାଫ୍ଟର ଦୁଇ ପାଇଲଟ ସୁରକ୍ଷିତ ଭାବେ ନିଜକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ । ଏହି ଜେଟ୍‌ ଫାଇଟର ଜେଟର ଏକ ଟ୍ରେନର ଭର୍ସନ । ଦୁର୍ଘଟଣାଟି ଏକ ଖୋଲା ସ୍ଥାନରେ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିଲା । ଗତ ମେ' 8 ତାରିଖରେ ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣା ହୋଇଥିଲା । ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ମିଗ-୨୧ ଫାଇଟର ବିମାନ ଜଣଙ୍କ ଘର ଉପରେ ଖସିପଡିଥିଲା । ବିମାନଟି ଘର ଉପରେ ପଡିବା କାରଣରୁ ଦୁଇ ମହିଳାଙ୍କ ସହ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.