ETV Bharat / state

ଜମିବାଡି ବିବାଦରୁ ନୃଶଂସ ହତ୍ୟା: ଅଢେଇ ବର୍ଷର ଶିଶୁପୁତ୍ର ମୃତ, ବାପା ଗୁରୁତର

author img

By

Published : Jun 1, 2021, 5:03 PM IST

ଜମିବାଡି ବିବାଦରୁ ନୃଶଂସ ହତ୍ୟା; ଅଢେଇ ବର୍ଷର ଶିଶୁପୁତ୍ର ମୃତ, ବାପା ଗୁରୁତର
ଜମିବାଡି ବିବାଦରୁ ନୃଶଂସ ହତ୍ୟା; ଅଢେଇ ବର୍ଷର ଶିଶୁପୁତ୍ର ମୃତ, ବାପା ଗୁରୁତର

ଜମିବାଡି ବିବାଦରୁ ଗାଁ ଦାଣ୍ଡରେ ଅଢେଇ ବର୍ଷର ଶିଶୁକୁ ନୃଶଂସ ହତ୍ୟା, ବାପା ଗୁରୁତର । ଭଞ୍ଜନଗରରେ ଘଟିଛି ଅମାନୁଷିକ ଘଟଣା । ଅଧିକ ପଢନ୍ତୁ ...

ଭଞ୍ଜନଗର: ଜମିବାଡି ବିବାଦରୁ 3 ବର୍ଷର ଶିଶୁପୁତ୍ରକୁ ନିର୍ମମ ହତ୍ୟା । ପୂର୍ବ ଶତ୍ରୁତା ଓ ଘର ନିର୍ମାଣକୁ ନେଇ ଏକ ୩ ବର୍ଷର ଶିଶୁକୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଏପରିକି ଶିଶୁଟିର ବାପା ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ଗ୍ରାମରେ । ଏଭଳି ନାରକୀୟ କାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୁଲୁ ସେଠୀ ଗ୍ରାମବାସୀଙ୍କ ଦ୍ଵାରା ଧରା ପଡ଼ି ନିସ୍ତୁକ ମାଡ଼ ଖାଇ ପୋଲସରା ମେଡିକାଲରେ ଭର୍ତ୍ତି ହୋଇଥିବା ନଜରକୁ ଆସିଛି ।

ଜମିବାଡି ବିବାଦରୁ ନୃଶଂସ ହତ୍ୟା; ଅଢେଇ ବର୍ଷର ଶିଶୁପୁତ୍ର ମୃତ, ବାପା ଗୁରୁତର

ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତା ଓ ଘର ମଝିରେ ଥିବା ଫାଉଣ୍ଡେସନ ନିର୍ମାଣକୁ ନେଇ ଉକ୍ତ ଗ୍ରାମର ଉଭୟ ପଡୋଶୀ ବୁଲୁ ସାହୁ ଏବଂ ବୁଲୁ ସେଠୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲଗି ରହୁଥିଲା । ଯାହାକୁ ନେଇ ମଙ୍ଗଳବାର ସକାଳେ ଅଭିଯୁକ୍ତ ବୁଲୁ ସେଠୀ ବୁଲୁ ସାହୁର ଘର ବାରିପଟେ ପଶି ଅତର୍କିତ ଭାବେ ତାଙ୍କର ୩ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ବୁଲୁ ସାହୁକୁ ମଧ୍ୟ ଆକ୍ରମଣ କରିଥିଲା । ହେଲେ ଘଟଣାସ୍ଥଳରେ ପାଟିତୁଣ୍ଡ ହୋହାଲ୍ଲା ଶୁଣି ସାହି ପଡେଶୀ ଧାଇଁ ଆସିବାରୁ ହତ୍ୟାକାରୀ ବୁଲୁ ସେଠୀକୁ କାବୁ କରି ନିସ୍ତୁକ ମାଡ଼ ଦେବା ସହ ପୋଲସରା ପୋଲିସ ଜିମା ଦେବାରେ ସଫଳ ହୋଇଥିଲେ ।

ଯାହାକୁ ନେଇ ଭାବରଡା ଗ୍ରାମରେ କେଉଁଝର ଏସଡିପିଓ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.