ETV Bharat / state

ଦୁଇ ଛୁଆଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା: ମାଆ-ଝିଅ ମୃତ, ପୁଅ ଗୁରୁତର

author img

By

Published : Jun 15, 2023, 1:29 PM IST

Updated : Jun 15, 2023, 1:59 PM IST

ଟ୍ରେନରେ କଟି ମାଆ ଝିଅ ମୃତ
ଟ୍ରେନରେ କଟି ମାଆ ଝିଅ ମୃତ

ଗଞ୍ଜାମ ଜିଲ୍ଲା ଚିଡିପୁଡି ଗ୍ରାମରେ ଅଭାବନୀୟ ଘଟଣା । ଦୁଇ ଛୁଆଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମହିଳା । ମାଆ ଓ ଝିଅ ମୃତ । ଅଧିକ ପଢନ୍ତୁ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ୮ ମାସର ଝିଅ ଓ ପୁଅକୁ ଧରି ଟ୍ରେନ ଆଗକୁ ଡେଇଁଲା ମାଆ । ଟ୍ରେନରେ କଟି ଆଖି ବୁଜିଲେ ମାଆ-ଝିଅ । ଗଞ୍ଜାମ ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜର ଦୁଇ ଶିଶୁଙ୍କୁ ଧରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟ୍ରେନ ଧକ୍କାରେ ମାଆ ଓ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିବା ବେଳେ ୪ ବର୍ଷର ପୁଅ ଗୁରୁତର ହୋଇଛି । ପୁଅକୁ ପ୍ରଥମେ ଏମକେସିଜି ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତହାତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଚିଡୁପୁଡି ଗାଁର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ମୃତ ମହିଳା ଚିଡିପୁଡି ଗାଁର ଉପାଜା ଶ୍ୟାମ ରେଡ୍ଡିଙ୍କ ପତ୍ନୀ ଶ୍ରାବଣୀ । ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ବୁଧବାର ଶ୍ରାବଣୀ ନିଜ ଦୁଇ ଛୁଆଙ୍କୁ ନେଇ ଗାଁ ଠାରୁ ୪ କିଲୋମିଟର ଦୂର ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅନ୍ତର୍ଗତ ଲୋଧପୁଟି ନିକଟ ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଟ୍ରେନରେ କଟି ମହିଳାଙ୍କ ସହ ତାଙ୍କର ୮ ମାସର ଝିଅର ମୃତ୍ୟୁ ହୋଇଯାଇଥିଲା । ୪ ବର୍ଷର ଶିଶୁ ପୁତ୍ର ଗୁରୁତର ଆହତ ହୋଇଥିଲେ । ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଅନୁଗୋଳରେ ଘରେ ପଶି ଯୁବକଙ୍କୁ ଗୁଳି କରି ହତ୍ୟା

ମୃତ ଶ୍ରାବଣୀଙ୍କ ମାଆଙ୍କ ଦେହାନ୍ତ ହୋଇଯିବା ପରେ ସନ୍ତାନ ପ୍ରସବ ପାଇଁ ସେ ବର୍ଷେ ହେଲା ନିଜ ବାପଘର ଖମ୍ବାରି ଗ୍ରାମରେ ରହୁଥିଲେ । ସନ୍ତାନ ଜନ୍ମ ପରେ ଦୁଇ ମାସ ତଳେ ଶ୍ରାବଣୀ ନିଜର ଶାଶୁଘରକୁ ଯାଇଥିଲେ । ତେବେ ପାରିବାରିକ କଳହକୁ ନେଇ ଏଭଳି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆହତ ଶିଶୁପୁତ୍ରର କଟକ ଏସସିବି ମେଡିକାଲରେ ଚିକିତ୍ସା ଚାଲିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jun 15, 2023, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.