ETV Bharat / state

ଅନୁଗୋଳରେ ଘରେ ପଶି ଯୁବକଙ୍କୁ ଗୁଳି କରି ହତ୍ୟା

author img

By

Published : Jun 15, 2023, 1:09 PM IST

ଅନୁଗୋଳରେ ଫୁଟିଲା ଗୁଳି । ଘରେ ପଶି ଯୁବକଙ୍କୁ ଗୁଳି କରି ହତ୍ୟା । ଅଧିକ ପଢନ୍ତୁ

ଅନୁଗୋଳରେ ଯୁବକଙ୍କୁ ଗୁଳି କରି ହତ୍ୟା
ଅନୁଗୋଳରେ ଯୁବକଙ୍କୁ ଗୁଳି କରି ହତ୍ୟା

ଯୁବକଙ୍କୁ ଗୁଳି କରି ହତ୍ୟା

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ । ରକ୍ତର ନଦୀ ବୁହାଇଲେ ଦୁର୍ବୃତ୍ତ । ଘରେ ପଶି ଯୁବକଙ୍କୁ ଗୁଳି ମାରିଲା । ଗଣପର୍ବ ରଜ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ଥିବାବେଳେ ବୁଧବାର ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲାର ଠାକୁରଗଡ ଥାନା କେଞ୍ଚୁଆନାଳୀ ଗ୍ରାମରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ଗାଁର ରେଞ୍ଜର ଭୋଇ । ତାଙ୍କରି ଗାଁର ଜଣେ ଲୋକ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।

ସୂଚନା ମୁତାବକ, ଗତକାଲି ରାତିରେ କେଞ୍ଚୁଆନାଳୀ ଗ୍ରାମର ମଙ୍ଗୁଳୁ ଭୋଇ ପ୍ରଥମେ ରେଞ୍ଜର ଭୋଇଙ୍କ ଘରକୁ ପଥରମାଡ କରିଥିଲା । ଏହାପରେ ଏକ ଦେଶୀ ବନ୍ଧୁକରେ ରେଞ୍ଜରଙ୍କୁ ଗୁଳିମାଡ କରିଥିଲା । ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ ପରେ ଅଭିଯୁକ୍ତ ମଙ୍ଗୁଳୁ ଫେରାର୍ ହୋଇଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଖବର ପାଇ ଠାକୁରଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସି ଚଳାଇଛି ।

ଏହାମଧ୍ୟ ପଢନ୍ତୁ: କାମାକ୍ଷାନଗରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ଗୁଳିମାଡ

ଏଠାରେ ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମଧ୍ୟ ଗୁଳି ଫୁଟିଛି । ସ୍ଥାନୀୟ ଅଞ୍ଚଳର ଯୁବ ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ ହୋଇଛି । ସେ ଘର ଆଗରେ ନିଜ କାରରେ ବସିଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ଓ ଫେରାର୍ ହୋଇଯାଇଥିଲେ । କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡର କାରଣ ଜଣାପଡୁନଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ଭିଆଇଥିବା ଦୁର୍ବୃତ୍ତମାନେ ବାଇକରେ ଆସିଥିବା ବେଳେ ଜଣେ ହେଲମେଟ ଓ ଦୁଇ ଜଣ ମୁହଁରେ ଗାମୁଛା ବାନ୍ଧିଥିବା ଜଣାପଡିଛି । ପୋଲିସ ସେମାନଙ୍କ ଧରିବାକୁ ଖୋଜାଖୋଜି ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.